ବିଜେଡି ଦେଲା ନାହିଁ ନୀଳଗିରିରୁ ସନ୍ତୋଷ ଖଟୁଆଙ୍କୁ ପ୍ରାର୍ଥୀ କଲା ବିଜେପି

0

ନୀଳଗିରି ବିଧାନସଭା ପାଇଁ ଭାଜପା ଶୁକ୍ରବାର ପ୍ରାର୍ଥୀ ଘୋଷଣା କରିଛି। ସନ୍ତୋଷ ଖଟୁଆଙ୍କୁ ଭାଜପା ଟିକେଟ୍‌ ଦେଇଛି। ଭୁରୁବାର ସନ୍ତୋଷ ବିଜେଡିରୁ ଇସ୍ତଫା ଦେଇଥିଲେ। ବିଜେଡି ସୁକାନ୍ତ ନାୟକଙ୍କୁ ଟିକେଟ୍‌ ଦେବାରୁ ସେ ବିଜେଡି ଛାଡ଼ିଥିଲେ।

ବିଜେଡି ଟିକେଟ୍‌ରେ ନୀଳଗିରି ନିର୍ବାଚନମଣ୍ଡଳୀ ପାଇଁ ଆଶାୟୀ ଥିବା ସନ୍ତୋଷ ଖଟୁଆଙ୍କୁ ଦଳ ଟିକେଟ୍‌ ଦେଇନାହିଁ। ତାଙ୍କ ବଦଳରେ ଦଳ ସୁକାନ୍ତ ନାୟକଙ୍କୁ ପ୍ରାର୍ଥୀ କରିଛି। ଟିକେଟ୍‌ ନ ପାଇ ନିରାଶ ହୋଇ ସନ୍ତୋଷ ଖଟୁଆ ଗୁରୁବାରି ବିଜେଡି ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ।

Leave A Reply

Your email address will not be published.