ଭୁବନେଶ୍ୱର (ଆମ ଟିଭି): ତାରାଙ୍କୁ ନିଲମ୍ବନ ନେଇ ବଢୁଛି ବିବାଦ । ନିଲମ୍ବନ ନ ହଟିଲା ପର୍ଯ୍ୟନ୍ତ ବିଧାନସଭାକୁ ବୟକଟ କଲା କଂଗ୍ରେସ। ୭ ଦିନ ପାଇଁ ନିଲମ୍ବନ କରିଛନ୍ତି ବାଚସ୍ପତି। ନ୍ୟାୟ ପାଇଁ ଗାନ୍ଧୀ ମୂର୍ତ୍ତି ଶାନ୍ତିପୂର୍ଣ୍ଣ ଭାବରେ ବିଧାୟକମାନେ ଧାରଣାରେ ବସିବେ । ସେପଟେ ଘଟଣାକୁ ନେଇ ତାରା ବାହିନୀପତି ବିସ୍ଫୋରକ ବୟାନ ଦେଇଛନ୍ତି ତାରା । କହିଛନ୍ତି, ତାଙ୍କୁ ଜୀବନରୁ ମାରିଦେବାକୁ ଚେଷ୍ଟା କରାଯାଇଥିଲା। ଗୃହରେ ଯାହା ଘଟିଲା ଏହା ହେଉଛି ବିଜେପିର ଗଣତନ୍ତ୍ର ଓ ଓଡ଼ିଆ ଅସ୍ମିତା। ପବିତ୍ର ଗୃହରେ ମା ମାଉସୀ ନେଇ ଗାଳି କରିବା ଏହା ହେଉଛି ବିଜେପିର ଆଚାର ଉଚ୍ଚାରଣ ।
ଅନେକ ସମୟରେ ସେ ଗୃହରେ ଅନେକ ପ୍ରଶ୍ନ ପଚାରିଥିଲେ ଯାହା ତାଙ୍କୁ ବାଣ ଭଳିଆ ଭେଦିଥିଲା ବୋଲି କହିଛନ୍ତି ତାରା । ଜୟ ନାରାୟଣ ମିଶ୍ରଙ୍କୁ ମୁଁ ଉଚିତ୍ ଜବାବ ଦେଇ ପାରିଥାନ୍ତି କିନ୍ତୁ ଗଣତନ୍ତ୍ର ମନ୍ଦିରରେ କଂଗ୍ରେସ ଭୁଲି ନାହିଁ ଶାଳୀନତା । ତେବେ ଆଜି ଏସମ୍ପର୍କରେ କଂଗ୍ରେସ ଭବନରେ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ। ବୈଠକରେ ସମସ୍ତ ବିଧାୟକ ଓ ଦଳର ବରିଷ୍ଠ ନେତା ଯୋଗଦେବା କାର୍ଯ୍ୟକ୍ରମ ରହିଛି । ସେପଟେ ତାରପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବାହାରିଲା ବିଜେଡି । ତାରାପ୍ରସାଦଙ୍କ ବିରୋଧରେ ନିଲମ୍ବନକୁ ଘୋର ବିରୋଧ କରିଛି ବିଜେଡି । ନିଲମ୍ବନ ପ୍ରତ୍ୟାହାର ପାଇଁ ବାଚସ୍ପତିଙ୍କୁ ଭେଟିବାକୁ ଯାଇଛନ୍ତି ବିଜେଡି ବିଧାୟକ