ଭୁବନେଶ୍ୱର(ଆମ ଟିଭି): ଉତ୍ତରାଧିକାରୀ ନରହିଲେ ଗୋଟିଏ ଦଳ ବୁଡ଼ିଯାଏ । ଦେଶର ଅନେକ ପରିବାରବାଦର ଦଳ ଖାସ୍ ଏହି କାରଣରୁ ହିଁ ବୁଡ଼ିଯାଇଛି । ଯେଉଁଥିପାଇଁ ବିଜୁ ଜନତା ଦଳର ସ୍ଥାୟୀତ୍ୱ ନେଇ ଖାଲି ରାଜନୀତିକ ମହଲରେ ନୁହେଁ ବରଂ ବିଜେଡ଼ି ନେତା ଓ କର୍ମୀଙ୍କ ମନରେ ପ୍ରଶ୍ନ ଭଙ୍କି ମାରିଛି । ସାଂଗଠନିକ ଓ କ୍ଷମତା ଦୃଷ୍ଟିରୁ ବିଜେଡ଼ି ସୁରଜ ଅଟ୍ଟାଳିକା ଗଢ଼ିଥିଲେବି ଆଗାମୀ ଦିନରେ ଏହାର ରକ୍ଷଣାବେକ୍ଷଣଙ୍କୁ ନେଇ ପ୍ରଶ୍ନ ଉଠିବା ସ୍ଵାଭାବିକ । କାହିଁକିନା ଗତ ୨୪ ବର୍ଷ ଭିତରେ ଦଳ ସିନା ତା’ବାଟରେ ବଢ଼ିଛି, ହେଲେ ସାରା ଓଡ଼ିଶାର ରାଜନୀତିକୁ ବୁଝି ଶୁଝି ଦଳ ଚଳାଇବା ନେତା କିନ୍ତୁ ତିଆରି ହୋଇନାହାନ୍ତି । ଏବେ କବର ଭିତରୁ ବିଜେଡ଼ି ନେତା ଖୋଜୁଛି ବୋଲି ବିଜେଡ଼ି ଅଳିନ୍ଦରେ ଚର୍ଚା ଆରମ୍ଭ ହୋଇଯାଇଛି ।
ନିକଟରେ ଶଙ୍ଖ ଭବନରେ ବିଜେଡ଼ିର ଛାତ୍ର ନେତାଙ୍କ ବୈଠକ ବସିଥିଲା । ପ୍ରେସ୍ ରିଲିଜରେ ବୈଠକର ନିର୍ଯ୍ୟାସ ସମ୍ପର୍କରେ ଦଳ ପକ୍ଷରୁ ଯାହା ଦିଆଯାଇଛି ତାହା କିନ୍ତୁ ବାସ୍ତବରେ ନିଷ୍କର୍ସ ନୁହେଁ । ସେହି ବୈଠକରେ ଛାତ୍ରନେତାମାନେ ଯେଉଁ ପ୍ରସଙ୍ଗ ଲଠାଇଥିଲେ ତାହା ହିଁ ଏବେ ବିଜେଡ଼ିର ଅନେକ ମାମଲତକାରଙ୍କୁ ପ୍ରଶ୍ନର କୂଅ ଭିତରକୁ ଠେଲିଦେଇଛି । ବିଶେଷକରି ଅତନୁ ସବ୍ୟସାଚୀ ନାୟକଙ୍କୁ ନେଇ ଅନେକ ଛାତ୍ର ଅସନ୍ତୋଷ ଝାଡ଼ିଛନ୍ତି । ସେ କେବେ ଛାତ୍ର ରାଜନୀତିରୁ ଆସିନଥିଲେ ବି କେବଳ ମାମଲତି ହିଁ କରୁଥିଲେ । ପ୍ୟାରୀ ମହାପାତ୍ରଙ୍କ ଛତ୍ରଛାୟାରେ ଅତନୁ ସେତେବେଳେ ଯାହାଯାହା କରିଥିଲେ ତାହାକୁ ନେଇ ବି ନେତାମାନେ ପ୍ରଶ୍ନ ଉଠାଇଛନ୍ତି । ଏମିତିକି ପ୍ୟାରୀବାବୁଙ୍କ ପାଇଁ ସେ ବଡ଼ ନେତା ହୋଇଥିଲେବି ଶେଷରେ ନିଜ ସ୍ୱାର୍ଥ ପାଇଁ ଧୋକ୍କା ଦେବାକୁ ପଛାଇନଥିଲେ । ତେଇ ମାରିବାକୁ ଯାଇ ବୈଠଳରେ ପ୍ୟାରୀଙ୍କ ଠାରୁ ପାଣ୍ଡିଆନ୍ ବେଶ୍ ଚତୁର ନେତା ବୋଲି ଅଚନ୍ତି କହିବା ପରେ ବୈଠକରେ ହାସ୍ୟରୋଳ ସୃଷ୍ଟିହୋଇଥିଲା । ପଛରେ ଛୁରୀ ଭୁଷିବାରେ ଅତନୁ କେତେ ମାହିର ଥିଲେ ତାହା ବି ଦଳରେ ଆଲୋଚନାର ବିଷୟବସ୍ତୁ ପାଲଟିଛି ।
ଛାତ୍ର ସଂଗଠନ ହିଁ ଗୋଟିଏ ଦଳକୁ ଆଗକୁ ନେଇଥାଏ । ନୂଆ ନୂଆ ଛାତ୍ର ନେତା ତିଆରି ହୁଅନ୍ତି, ଭବିଷ୍ୟତରେ ଦଳକୁ କାନ୍ଧେଇ ନେବାର ସାହସ ରଖନ୍ତି । କିନ୍ତୁ ଛାତ୍ର ନିର୍ବାଚନ ହେଲେ କାଳେ ଦଳ ଭିତରେ ସଂସଦ, ବିଧାୟକ, ମନ୍ତ୍ରୀ, ବଡ଼ ବଡ଼ ନେତାଙ୍କ ମଧ୍ୟରେ ବିବାଦ ହେବ, ତାହାକୁ ଅନୁଶୀଳନ କରି ଦଳ ନିର୍ବାଚନ ଜରୁନଥିଲା । ବିଜେଡ଼ି ସରକାର ବିଭିନ୍ନ ଆଳ ଦେଖାଇ ଚୁପ୍ ହୋଇ
ବସିଯାଇଥିଲେ । ଗାଏମୋଟ୍ କହିଲେ ଛାତ୍ରନେତାମାନେ ହେଉଛନ୍ତି ସଂଗଠନର ଭ୍ରୂଣ । ଅତଏବ ଛାତ୍ର ନିର୍ବାଚନ ବନ୍ଦ କରି ବିଜେଡ଼ି ଭୃଣ ହତ୍ୟା କରିଛି କହିଲେ ଭୁଲ ହେବନାହିଁ । ଖାଲି ସେତିକିନୁହେଁ, ୨୦୧୨ ମଧ୍ୟରାତ୍ର ଷଡ଼ଯନ୍ତ୍ର ପରେ ନଳୀନ ଭୟଭୀତ ହୋଇପଡ଼ିଥିଲେ । ନିଜର ଯାଦୁକରୀ ନେତୃତ୍ବ ପାଇଁ ଦଳ ସିନା ମକଦୂତ ହୋଇଗଲା, ହେଲେ ଭୟ କିନ୍ତୁ ଖାଇ ଗୋଡ଼ାଇଥିଲା । ଯେଉଁପାଇଁ ପ୍ୟାରୀବାବୁଙ୍କ ଭଳି ଆଉ ପାଓ୍ବାରଫୁଲ୍ ନେତା ସୃଷ୍ଟି କରାଗଲା ନାହିଁ ।
ବିଜେଡ଼ିର କୌଣସି ନେତା ଛାତିରେ ହାତ ମାରି କହିପାରିବେନି, ହଁ ତାଙ୍କର ସାରା ରାଜ୍ୟରେ ସଂଗଠନ ରହିଛି ଓ ପରିଚୟ ରହିଛି । ଯେଉଁ ନେତାମାନଙ୍କର ସେଭଳି ଦକ୍ଷତା ଥିଲା ଦଳ ଜାଣିଶୁଣି ତାଙ୍କୁ ଖତ କରିଦେବାର ପ୍ରୟାସ ବି କରିଥିଲା ।