୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ

0

ଭୁବେନଶ୍ବର (ଆମ ଟିଭି): ୧୨ରେ ବସିବ ବିଜେଡି ବିଧାୟକ ଦଳ ବୈଠକ। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ଏହି ବୈଠକ ଅନୁଷ୍ଠିତ ହେବ। ସୂଚନା ଅନୁଯାୟୀ, ଶଙ୍ଖ ଭବନରେ ଏହି ବୈଠକ ବସିବାକୁ ଥିବାବେଳେ ବିଧାନସଭା ପାଇଁ ରଣନୀତି ପ୍ରସ୍ତୁତ କରାଯିବ ବୋଲି ଜଣାପଡିଛି।

ସେପଟେ ଆଜି ଆରମ୍ଭ ହୋଇଛି ବିଜେଡି ସମନ୍ୱୟ କମିଟି ବୈଠକ। କମିଟି ଅଧ୍ୟକ୍ଷ ଦେବୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଶଙ୍ଖ ଭବନରେ ବୈଠକ ଚାଲିଛି। ସାଂଗଠନିକ ନିର୍ବାଚନ ପୂର୍ବରୁ ବିଜେଡି ସମନ୍ୱୟ କମିଟିର ଏହା ଗୁରୁତ୍ୱପୂର୍ଣ୍ଣ ବୈଠକ ବୋଲି କୁହାଯାଉଛି। ଏହି ବୈଠକରେ ସମନ୍ୱୟ କମିଟିର ସଦସ୍ୟ, ଆଡଭାଇଜର କମିଟି ସଦସ୍ୟ, ପରାମର୍ଶଦାତା କମିଟି ଏବଂ ସଦସ୍ୟତା କମିଟିର ଆବାହକମାନେ ଉପସ୍ଥିତ ରହିବା ନେଇ ସୂଚନା ମିଳିଛି।

Leave A Reply

Your email address will not be published.