ବୈଠକ ପରେ ବିଜେଡି ବରିଷ୍ଠଙ୍କ ବୟାନ : ନବୀନଙ୍କୁ ଦୁର୍ବଳ କଲେ ଛଡ଼ାଯିବନି

0

ୱାକଫ ବିଲକୁ ନେଇ ବିଜେଡିରେ କନ୍ଦଳ ଚାଲିଥିବା ବେଳେ ଏକାଠି ହେଲେ ବରିଷ୍ଠ ନେତା । ଭୁବନେଶ୍ବର ପଟିଆସ୍ଥିତି କ୍ରିଷ୍ଟାଲ କ୍ରାଉନ୍‌ ହୋଟେଲରେ ହୋଇଥିଲେ  ମେଳି । ବୈଠକରେ ଶଶିଭୂଷଣ ବେହେରା, ଅଶୋକ ପଣ୍ଡା, ଚନ୍ଦ୍ର ସାରଥୀ ବେହେରା, ଅନଙ୍ଗ ଉଦୟ ସିଂଦେଓ, ପ୍ରଫୁଲ୍ଲ ମଲ୍ଲିକ, ନୃସିଂହ ସାହୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

ବୈଠକ ଚାଲିଥିବା ବେଳେ ହୋଟେଲ ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଥିଲା । ତେବେ ବୈଠକ ପରେ ବଡ଼ ବୟାନ ରଖିଥିଲେ  ବରିଷ୍ଠ ନେତା । ନବୀନ ଙ୍କୁ ଦୁର୍ବଳ କରିବାକୁ ଚେଷ୍ଟା କଲେ ଛଡ଼ାଯିବନି ବୋଲି କହିଛନ୍ତି ଶଶିଭୂଷଣ ବେହେରା ।  ଗୋଟେ ପରେ ବିଜେଡିର ବରିଷ୍ଠ ନେତା ହୋଟେଲରେ ମେଳି କରିଥିବା ବେଳେ ଅନ୍ୟପଟେ ପ୍ରତାପ ଦେବଙ୍କ ଘରେ ଏକାଠି ହୋଇଛନ୍ତି ଅନ୍ୟ ଗୋଷ୍ଠୀର ନେତା  ।

ସଞ୍ଜୟ ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ,  ଅରୁଣ ସାହୁ,  ଦେବି ମିଶ୍ର  ଏବଂ  ପ୍ରଣବ ପ୍ରକାଶ ଦାସ ।  ଯାହାକୁ ନେଇ ଦଳରେ ଫାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି  ।  ଅନ୍ୟପଟେ ବିଜେଡିର ଯୁବ ନେତା ସନ୍ଧ୍ୟାରେ ନବୀନଙ୍କୁ ଭେଟିବେ । ଗତକାଲି ଅଂଶୁମାନଙ୍କ ଘରେ ମେଳି କରିଥିଲେ ବିଜେଡିର ଯୁବ ନେତା  । ଏଥିସହ  ନବୀନଙ୍କୁ ଚିଠି ଲେଖିଲେ ବିଜେଡି ଯୁବ ନେତା  ।  ୱାକଫ୍‌ ବିଲକୁ ବିରୋଧ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ କେଉଁମାନେ କାହିଁକି, କେଉଁ କାରଣରୁ ନିଷ୍ପତ୍ତିରୁ ବିଚ୍ୟୁତ ହେଲେ ବୋଲି ପ୍ରଶ୍ନ କରିଛନ୍ତି  ।

Leave A Reply

Your email address will not be published.