ଆଜିଠୁ ଗାଁ ଗାଁ ବୁଲି ପଦଯାତ୍ରା କରିବ ବିଜେଡି

0

ଭୁବନେଶ୍ବର (ଆମ ଟିଭି): ୨୦୨୪ ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପାଗ ଭିଡିଲେଣି । ବିଶେଷକରି ଓଡ଼ିଶାର ବିଜେଡ଼ି ଓ ବିଜେପି ଭୋଟ୍ ଆତେଇବା ପାଇଁ ପୁରା ତୟାର । ସେଥିପାଇଁ ବିଜେଡି ଆଜିଠୁ ଗାଁରୁ ଗାଁ, ଜିଲ୍ଲାରୁ ଜିଲ୍ଲା ଓ ପ୍ରତି ବ୍ଲକରେ ପଦଯାତ୍ରା କରି ଲୋକଙ୍କୁ ବୁଝାଇବ । ଘରେ ଘରେ ପହଞ୍ଚିବେ ବିଜେଡି କର୍ମୀ ଓ ନେତା । ପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଏକାମ୍ର କ୍ଷେତ୍ରରୁ ଆରମ୍ଭ ହେବ ମହାଅଭିଯାନ ।

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀରେ ପଦଯାତ୍ରାର ଶୁଭାରମ୍ଭ କରିବେ । ମାସେବ୍ୟାପୀ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବ ଦଳ । ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସମେତ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଫଟୋ ରଖାଯାଇ ପଦଯାତ୍ରା କରାଯିବ । ଯେଉଁ ଅଞ୍ଚଳ ଦେଇ ପଦଯାତ୍ରା ଯିବ, ସେହି ସ୍ଥାନର ବରପୁତ୍ର, ଶହୀଦ ଓ ସ୍ବାଧୀନତା ସଂଗ୍ରାମୀମାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବ ଦଳ ।

ଦେଶର ସ୍ବାଧୀନତା ସଂଗ୍ରାମ ଓଡ଼ିଶାର ଭୂମିକା ସମ୍ପର୍କରେ ଲୋକଙ୍କୁ ବୁଝାଇବାକୁ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମୋ ନବୀନ ପଟ୍ଟନାୟକ । ପଦଯାତ୍ରା ସମୟରେ ବ୍ୟାପକ ଭାବେ ରକ୍ତଦାନ ଶିବିର ଓ ବୃକ୍ଷରୋପଣ କାର୍ୟ୍ୟକ୍ରମ । ଶେଷ ଦିନରେ ରାଜ୍ୟବାସୀଙ୍କ ସେବା ପାଇଁ ସମୂହ ଶପଥପାଠ କରିବେ ଦଳୀୟ କର୍ମୀ ।

 

Leave A Reply

Your email address will not be published.