ବିଜେଡିର ବଡ଼ ଆକ୍ସନ; ବିଜେଡିରୁ ନିଲମ୍ବିତ ହେଲେ ଶ୍ରୀମୟୀ ମିଶ୍ର

0

ଭୁବନେଶ୍ୱର (ଆମ ଟିଭି):  ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଦଳ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିବାରୁ ତାଙ୍କୁ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦେଶ କ୍ରମେ ନିଲମ୍ବିତ କରାଯାଇଛି। ଏ ସମ୍ପର୍କରେ ବିଜେଡି ଉପସଭାପତି ପ୍ରତାପ ଜେନାଙ୍କ ତରଫରୁ ଏକ ବିବୃତରେ ସୂଚନା ଦିଆଯାଇଛି।

ଶ୍ରୀମୟୀ ବିଜେଡିରେ ମହିଳା ବ୍ୟାପାର ସାଧାରଣ ସମ୍ପାଦକ ପଦବୀରେ ଅବସ୍ଥାପିତ ରହିଥିଲେ। କିଛି ଦିନ ହେବ ସେ ସାମାଜିକ ଗଣମାଧ୍ୟମରେ ଦଳ ବିରୋଧରେ ବିଭିନ୍ନ ମନ୍ତବ୍ୟ ଦେଇଆସୁଥିଲେ। ଧୃତରାଷ୍ଟ୍ର ଏବଂ ଭଣ୍ଡ ସନ୍ନ୍ୟାସୀ ଉପାଖ୍ୟାନରେ ଦଳର ମଙ୍ଗୁଆଳଙ୍କୁ କଟାକ୍ଷ କରି ଚର୍ଚ୍ଚାରେ ରହିଥିଲେ। ସେହି  କାରଣରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା କୁହାଯାଇଛି।

ଶ୍ରୀମୟୀଙ୍କ ବ୍ୟତୀତ କପ୍ତିପଦା ବ୍ଲକର ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ସାଇ ଏବଂ ମୟୂରଭଞ୍ଜର ପୂର୍ବତନ ଜିଲା ସମ୍ପାଦକ ପ୍ରବୀର ଚନ୍ଦ୍ର ସାଇଙ୍କୁ ମଧ୍ୟ ବିଜେଡିରୁ ନିଲମ୍ବିତ କରାଯାଇଥିବା ବିବୃତିରେ ସୂଚନା ଦିଆଯାଇଛି।

Leave A Reply

Your email address will not be published.