ଭୁବନେଶ୍ୱର (ଆମ ଟିଭି): ନୂଆପଡ଼ା ଉପନିର୍ବାଚନରେ ବିଜେଡ଼ିର ପରାଜୟ ପରେ ଦଳର ଭୁଲ କେଉଁଠି ରହିଲା ସେ ନେଇ ସମୀକ୍ଷା ଚାଲିଥିବା ବେଳେ ଏହାକୁ ନେଇ ମୁଁହ ଖୋଇଛନ୍ତି ବିଜେଡି ବରିଷ୍ଠ ନେତା ଭୂପିନ୍ଦର ସିଂ । ସେ କହିଛନ୍ତି ପ୍ରାର୍ଥୀ ଚୟନ ଭୁଲ ରହିଲା । ରାଜୁ ଢୋଲକିଆଙ୍କ ସହାନୁଭୂତି ଗଲା ବିଜେପିକୁ ।
ବିଜେଡ଼ି ବିଳମ୍ବିତ ସମୟ ପର୍ଯ୍ୟନ୍ତ ପ୍ରାର୍ଥୀ ଘୋଷଣା ନ କରାଯିବା ଯୋଗୁଁ ରାଜେନ୍ଦ୍ର ଢୋଲକିଆଙ୍କୁ ପରିବାରର ବିଶ୍ୱାସ ହରାଇଲା । କଂଗ୍ରେସ ଦଳ ବହୁ ଆଗରୁ ଘାସିରାମଙ୍କୁ ପ୍ରାର୍ଥୀ କଲା, ଆମର ଡେରି ହେଲା । ସେଥିପାଇଁ ବିଜେଡି ଉପରେ ତାଙ୍କ ପରିବାରକୁ ବିଶ୍ବାସ ଆସିଲାନି । ତେଣୁ ଜୟ ଢୋଲକିଆ ବିଜେପି ପଳାଇଲେ ।
ସେ ଆଉ ମଧ୍ୟ କହିଛନ୍ତି ଯେଉଁ ୮୦ ନେତାଙ୍କୁ ଦାୟିତ୍ଵ ଦେଇଥିଲା ବିଜେଡି ସେଥିରେ ମୋ ନାଁ ନଥିଲା । ନୂଆପଡ଼ାରେ ପ୍ରଚାର ହେଇଗଲା ଯେ ବିଜେଡି ଚାହୁଁଛି ଯେ ବିଜେପି ଜିତିବାକୁ। କାହିଁକି ନୂଆପଡ଼ାରେ ଏ ପ୍ରଚାର ହେଲା ମୁଁ ଜାଣିନାହିଁ । ଏହା ତାଙ୍କ ପ୍ରତି ଅପମାନ।
ଏହା ସହ ନବୀନ ବାବୁଙ୍କୁ ନୂଆପଡ଼ାକୁ ନେବାର ଆବଶ୍ୟକତା ନଥିଲା । ନବୀନଙ୍କ ପ୍ରଚାର ପାଇଁ ନ ନେଇ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ପ୍ରଚାର କରାଯାଇ ପାରିଥାଆନ୍ତା।