ଭୁବନେଶ୍ୱର (ଆମ ଟିଭି): ଆଜି ସନ୍ଧ୍ୟାରେ ଆସିବ ବିଜେଡିର ଇସ୍ତାହାର । ଗୋପାଳପୁର ବିଜେଡିର ପ୍ରଚାର ମଞ୍ଚରୁ ଏନେଇ ଆଜି ଘୋଷଣା କରିଛନ୍ତି ବିଜେଡି ନେତା ଭିକେ ପାଣ୍ଡିଆନ୍ । ବିରୋଧୀଙ୍କ ମାନିଫେଷ୍ଟୋକୁ ଟାର୍ଗେଟ କରିବା ସହିତ ବିଜେଡିର ଇସ୍ତାହାର ଓଡିଶାବାସୀଙ୍କ ଘରେ ଘରେ ପହଞ୍ଚିବ ବୋଲି ପାଣ୍ଡିଆନ୍ କହିଛନ୍ତି ।
ଏଥିସହିତ ବିରୋଧୀଙ୍କୁ ଟାର୍ଗେଟ୍ କରି ପାଣ୍ଡିଆନ୍ କହିଛନ୍ତି, ବ୍ରହ୍ମପୁରରେ ପୂର୍ବରୁ ଦୁଇଟି ପୋଗ୍ରାମ ହେଇଥିଲା, ବଡ ବଡ ନେତା ଆସିଥିଲେ । ହେଲେ ସେହି ପୋଗ୍ରାମ ଏବଂ ଆଜିର ପ୍ରୋଗ୍ରାମ ଭିତରେ ବହୁତ ଫରକ୍ ଅଛି । ଏଠି ଜନସମୁଦ୍ର ସହ ଲୋକଙ୍କ ଜୋସ୍ ଅଛି ବୋଲି କହିଛନ୍ତି ବିଜେଡି ନେତା ପାଣ୍ଡିଆନ୍ । ଅନ୍ୟପଟେ ପ୍ରଥମ ପର୍ଯ୍ୟାୟରେ ହେଉଥିବା ୨୮ ବିଧାନସଭା, ୪ ଲୋକସଭା ସିଟ୍ ନିର୍ବାଚନରେ ବିଜେଡି ୯୦% ଷ୍ଟ୍ରାଇକ୍ ରେଟ୍ ରଖୁଛି । ଲୋକଙ୍କ ଆର୍ଶୀବାଦ ରହିଲେ ଏହି ୯୦ ପ୍ରତିଶତ ବି ଶହେ ପ୍ରତିଶତ ହେଇପାରିବ ବୋଲି ସେ କହିଛନ୍ତି ।