ପୁଣି କେନ୍ଦ୍ରକୁ ଟାର୍ଗେଟ କରି ଏମିତି କହିଲା ବିଜେଡି
ଭୁବନେଶ୍ବର : ରେଳ ବଜେଟ୍ରେ ଓଡ଼ିଶାକୁ ୧୦,୦୧୨କୋଟି ମିଳିବା ପରେ ଆଜି ବିେଜଡି କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି। ଶନିବାର ଦିନ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଶ୍ରୀମୟୀ ମିଶ୍ର କହିଛନ୍ତି ଯେ, ରେଳବାଇ ରାଜସ୍ବ ହିସାବରେ ଓଡ଼ିଶା ବାର୍ଷିକ ହାରାହାରି ୨୦ରୁ ୨୨ହଜାର କୋଟି ଟଙ୍କା ପ୍ରଦାନ କରିଥାଏ। ଏହି ହିସାବରେ ଗତ ୯ବର୍ଷରେ ରେଳବାଇ ଓଡ଼ିଶାରୁ ହାରାହାରି ୨ଲକ୍ଷ କୋଟି ଟଙ୍କାର ରାଜସ୍ବ ପାଇଥିବାବେଳେ ସେହି ଅନୁପାତରେ ଓଡ଼ିଶାକୁ ଅର୍ଥ ପ୍ରଦାନ କରୁନି। ଏପରିକି ରାଜ୍ୟର ପଛୁଆ ଅଞ୍ଚଳ ଭାବେ ପରିଚିତ କେବିକେ ଓ ଆଦିବାସୀ ଜିଲ୍ଲା ଲୋକେ ନୂତନ ରେଳ ସଂଯୋଗ ପାଇନାହାନ୍ତି।
୫ବର୍ଷରେ ଓଡ଼ିଶା ପାଇଁ କାହିଁକି ମଞ୍ଜୁର ହୋଇନି ନୂତନ ରେଳଲାଇନ୍
ସେହିପରି ଗତ ୫ବର୍ଷରେ ଗୋଟିଏ ହେଲେ ନୂତନ ରେଳ ଲାଇନ୍ ମଞ୍ଜୁର ହୋଇନାହିଁ। ଯାତ୍ରୀବାହୀ ଟ୍ରେନ୍ ସହିତ କୌଣସି ନୂତନ ଜିଲ୍ଲା ବି ସଂଯୋଗ ହୋଇନାହିଁ। କେବଳ ଗୋଟିଏ ଜିଲ୍ଲା ଯାହାକି ନୟାଗଡ଼ ଏବଂ ପ୍ରାୟ ୨୦୦ ଲୋକ ଖୋର୍ଦ୍ଧା ଯିବା ପାଇଁ ଏହି ଟ୍ରେନ୍ ବ୍ୟବହାର କରନ୍ତି। କେନ୍ଦ୍ରାପଡ଼ାକୁ ରେଳ ଚଳାଚଳ ଆରମ୍ଭ କରିବାର ଦୁଇ ବର୍ଷ ପରେ ମଧ୍ୟ ଓଡ଼ିଶାରୁ କୌଣସି ଯାତ୍ରୀ ଏଠାକୁ ଯାତ୍ରୀବାହୀ ଟ୍ରେନ୍ ସେବା ପାଇପାରିନାହାନ୍ତି।