ଭୁବନେଶ୍ୱର(ଆମ ଟିଭି): ପୁଣି ରାଜ୍ୟରେ ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି । କୋଭିଡ୍ ବେଳେ ୪୦ ହଜାର କୋଟି ଟଙ୍କାର ହୋଇଛି ଦୁର୍ନୀତି । ଏକ ପ୍ରେସମିଟରେ ଏଭଳି ଅଭିଯୋଗ ଉଠାଇଛି ରାଜ୍ୟ ବିଜେପି । ବିଜେପି ମୁଖପାତ୍ର ମନୋଜ ମହାପାତ୍ର ଅଭିଯୋଗ କରିଛନ୍ତି, ରାଜ୍ୟରେ ୫୧ ପ୍ରତିଶତ ପିସି ସରକାର ଚାଲିଛି । ଲୋକାଲ ଫଣ୍ଡ ଅଡିଟରୁ ଏକଥା ସ୍ପଷ୍ଟ ହୋଇଛି । ୨୦୨୦ରୁ ୨୦୨୨ ମସିହା ପର୍ୟ୍ୟନ୍ତ କରୋନାରେ ଲୋକେ ଲଢ଼ୁଥିଲା ବେଳେ ଲୁଟୁଥିଲା ବିଜେଡି ।
ଖର୍ଚ୍ଚ ହୋଇଥିବା ୪୦ ହଜାର କୋଟି ଟଙ୍କାର ୟୁସି ନାହିଁ । ଦୁର୍ନୀତି ଓ ଅନିୟମିତତା ପାଇଁ ସବୁ ବ୍ଲକକୁ ୪ ଶହ କୋଟି ଫାଇନ୍ ପଡ଼ିଛି । ମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରେ ବି ଅନିୟମିତତା ହୋଇଛି । ତେଣୁ ବ୍ଲକ ଓ ପଞ୍ଚାୟତ ସ୍ତରକୁ ଯାଇ ବିଜେପି ଆନ୍ଦୋଳନ କରିବ ବୋଲି କହିଛନ୍ତି ମନୋଜ ମହାପାତ୍ର। ଯାହାକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଆରମ୍ଭ ହୋଇଛି ।