୫ଟି ସଚିବଙ୍କ ବିରୋଧରେ କେନ୍ଦ୍ରର ଚିଠି ପରେ ପ୍ରତିକ୍ରିୟା ରଖିଲା ବିଜେଡି

0

ଭୁବନେଶ୍ୱର (ଆମ ଟିଭି): ୫ଟି ସଚିବଙ୍କ ବିରୋଧରେ କେନ୍ଦ୍ରର ଚିଠିକୁ ନେଇ ଏବେ ସବୁଠି ଚର୍ଚ୍ଚା । ପ୍ରକୃତରେ ହେବ କି କାର୍ଯ୍ୟାନୁଷ୍ଠାନ? ପାଣ୍ଡିଆନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବେ କି ରାଜ୍ୟ ସରକାର? ଏହି ପ୍ରଶ୍ନ ସମସ୍ତଙ୍କ ମନରେ । ଏହାରି ଭିତରେ ବିରୋଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ୟ୍ୟ । ପ୍ରସନ୍ନ କହିଛନ୍ତି, କିଛି ଲୋକ କହୁଛନ୍ତି ପାୱାର ଡେଲିଗେଟ୍ ହେଉଛି । କିନ୍ତୁ ମୁଖ୍ୟମନ୍ତ୍ରୀ କାହାକୁ କ୍ଷମତା ହସ୍ତାନ୍ତର କରିନାହାନ୍ତି । ମୁଖ୍ୟମନ୍ତ୍ରୀ ବିଜେଡିର ସଭାପତି ହିସାବରେ ଦଳର କର୍ମୀଙ୍କୁ ଦାୟିତ୍ୱ ଦେଉଛନ୍ତି । ସେହିପରି ଶାସନର ମୁଖ୍ୟ ଭାବେ ସରକାରୀ କର୍ମକର୍ତାଙ୍କୁ ବିଭିନ୍ନ ଦାୟିତ୍ୱ ଦେଇଛନ୍ତି । ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ । ସେ କାହାକୁ କ୍ଷମତା ହସ୍ତାନ୍ତର କରି ନାହାନ୍ତି ।

ସେହିଭଳି ପ୍ରସନ୍ନ କହିଛନ୍ତି ଯାହା ନିକଟରେ କୌଣସି ପ୍ରସଙ୍ଗ ନଥାଏ, ସେମାନେ ଏମିିତି କୁହନ୍ତି । ଡିଓପିଟି ଚିିଠି ଆସିବା ନୂଆ କଥା ନୁହେଁ । ଏଭଳି ଚିରାଚରିତ ଚିଠି ଆଗରୁ ଆସିଛି । ସରକାର ଲୋକଙ୍କ ନିକଟରେ ପହଁଚୁଛି ସେଥିଲେ ଲୋକ ଖୁସି । ଆଗାମୀ ନିର୍ବାଚନରେ ବିକାଶର ପ୍ରଭାବ ପଡିବ । ଏହାପୂର୍ବରୁ ୫–ଟି ସଚିବଙ୍କ ଗସ୍ତକୁ ନେଇ ବିରୋଧୀ ପ୍ରଶ୍ନ ଉଠାଇ ଆସୁଛନ୍ତି । ସଚିବ ଆଇଏଏସ କଣ୍ଡକ୍ଟ ରୁଲ ଉଲଂଘନ କରୁଥିବା ଅଭିଯୋଗ ଆଣି କେନ୍ଦ୍ର ସରକାରଙ୍କ ନିକଟରେ ଫେରାଦ ହୋଇଛନ୍ତି । ଆଉ ଫେରାଦ ହେବା ପରେ ଅଭିଯୋଗର ତଦନ୍ତ କରିବା ସହ ବିହିତ କାର୍ୟ୍ୟାନୁଷ୍ଠାନ ନେବାକୁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ କେନ୍ଦ୍ର କାର୍ମିକ ଓ ପ୍ରଶିକ୍ଷଣ ବିଭାଗ ଚିଠି କରିଛି ।

Leave A Reply

Your email address will not be published.