ଭୁବନେଶ୍ୱର (ଆମ ଟିଭି): କେନ୍ଦ୍ର ଉପରେ ପୁଣି ବର୍ଷିଲା ବିଜେଡି । ପୁଣି କେନ୍ଦ୍ରୀୟ ଅବହେଳାକୁ ନେଇ ଗର୍ଜିଲା ବିଜେଡି । କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି ବୈମାତୃକ ମନୋଭାବ ଦେଖାଉଥିବା ଅଭିଯୋଗ କରିଛି ବିଜେଡି ।
ଏହାକୁ ନେଇ ରାଜଭବନ ସମ୍ମୁଖରେ ବିଜୁ ମହିଳା ଜନତା ଦଳ ଧାରଣା ଦେବା ସହ ପ୍ରତିବାଦ କରିଛି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ମଧ୍ୟ ଦେଇଛି ବିଜେଡି ।