ମମତା ମହାନ୍ତଙ୍କୁ ନେଇ ବିଜେଡି-ଭାଜପାରେ କଥା କଟାକଟି

0

ଭୁବନେଶ୍ୱର(ଆମ ଟିଭି): ମମତା ମହାନ୍ତଙ୍କ ଇସ୍ତଫାକୁ ନେଇ ରାଜନୈତିକ ବୟାନବାଜି ଜାରି ରହିଛି। ମୋରଡ଼ାର ପୂର୍ବତନ ବିଧାୟକ ରାଜକିଶୋର ଦାସ କହିଛନ୍ତି, ମମତା ମହାନ୍ତ ସେମିତି ବଡ଼ ବ୍ୟକ୍ତିତ୍ୱର ଅଧିକାରୀ ନୁହଁନ୍ତି। ନା ସେ ତାଙ୍କ ସମ୍ପ୍ରଦାୟ ପାଇଁ ନା ଦଳ ପାଇଁ କାମ କଲେ। ୨୦୨୪ ନିର୍ବାଚନ ସମୟରେ ତାଙ୍କ କାର୍ଯ୍ୟକଳାପ ଠିକ୍‌ ନଥିଲା। ଯେଉଁଥିପାଇଁ ଦଳ ତାଙ୍କୁ ଦାୟିତ୍ୱ ଦେଇନଥିଲା। ଭାଜପାର ରାଜ୍ୟସଭାରେ ସଂଖ୍ୟା କମ୍‌। ସେଥିପାଇଁ ଭାଜପା ସବୁ କ୍ଷମତାକୁ ପ୍ରୟୋଗ କରି ଜଣକ ପରେ ଜଣଙ୍କୁ ନେବା ପାଇଁ ଉଦ୍ୟମ କରୁଛି ବୋଲି ସେ କହିଛନ୍ତି।

ପକ୍ଷରେ ଭାଜପା ବିଧାୟକ ସରୋଜ ପାଢୀ କହିଛନ୍ତି, ମମତା ଦଳରେ ମିଶିବା ନେଇ କୌଣସି ଡିଲ୍‌ ହୋଇନି। ବିଜେଡିର ସବୁ ସଦସ୍ୟ ଏବେ ବନ୍ଦ କୋଠରୀ ଭିତରେ ଅଛନ୍ତି। ଅମ୍ଳଜାନ ମିଳୁନି, ଅଣନିଶ୍ବାସୀ ହୋଇଗଲେଣି। ନିଶ୍ବାସ ନେବାକୁ ସେମାନେ ବନ୍ଦ କୋଠରୀ ବାହାରକୁ ଆସୁଛନ୍ତି। ଯେତେବେଳେ ନେତାମାନେ ଅନୁଭବ କରୁଛନ୍ତି ଯେ ବିଜେଡିରେ ତାଙ୍କର ଆଉ ଭବିଷ୍ୟତ ନାହିଁ, ସେମାନେ ବାହାରକୁ ଆସୁଛନ୍ତି ଏବଂ ଅନ୍ୟର ଆଶ୍ରା ନେଉଛନ୍ତି। ଯଦି ମମତା ମହାନ୍ତ ଲୋକପ୍ରିୟ ନୁହଁନ୍ତି, ତେବେ ତାଙ୍କ ଯିବାପରେ ଶୁକ୍ରବାର ବିଜେଡି ସଭାପତି କାହିଁକି ମୟୂରଭଞ୍ଜ ନେତାଙ୍କୁ ଡାକି ବୈଠକ କଲେ ବୋଲି ସେ ପ୍ରଶ୍ନ କରିଛନ୍ତି। ଗଞ୍ଜାମରେ ବି ତାଙ୍କର ଅବସ୍ଥା ଭଲ ନାହିଁ। ଆଗକୁ ବିସ୍ଫୋରଣ ହେବ ବୋଲି ସରୋଜ କହିଛନ୍ତି।

Leave A Reply

Your email address will not be published.