କେନ୍ଦ୍ରର ବିଲକୁ ବିଜେଡିର ସମର୍ଥନ

0

ନୂଆଦିଲ୍ଲୀ : ରାଜ୍ୟସଭାରେ ଆଗତ ହେବା ସମୟରେ ଏହାକୁ ନେଇ କିଛି ରାଜନୈତକ ଦଳ ହୋ ହଲ୍ଲା କରିଥିଲେ।ବିଜେପି ସାଂସଦ କି‌ରୋଡ଼ି ଲାଲ ମୀନାଙ୍କ ଦ୍ବାରା ଘରୋଇ ସଭ୍ୟ ବିଲ୍‌ ଭାବେ ଏକକ ନାଗରିକ ସଂହିତା ଆଗତ ହୋଇଛି। ବିଲ୍‌ ଆଗତ ହେବା ସମୟରେ କଂଗ୍ରେସ ସମେତ ୯ଟି ଦଳ ଏହାକୁ ଜୋର୍‌ଦାର୍‌ ବିରୋଧ କରିଥିଲେ। ବିରୋଧୀ ଦଳମାନଙ୍କ ବିରୋଧ ପରେ ଗୃହର ମତ ଜାଣିବା ପାଇଁ ଏହା ଉପରେ ଭୋଟିଂ କରିଥିଲେ ରାଜ୍ୟସଭା ଅଧ୍ୟକ୍ଷ। ବିଲ୍‌ ସପକ୍ଷରେ ୬୩ ଓ ବିରୋଧରେ ୨୩ ଭୋଟ୍‌ ପଡିଥିଲା। ତେବେ ଏହି ବିଲ୍‌ ଆଗତକୁ ‌ନେଇ ବିଜେଡିର ଆଭିମୁଖ୍ୟ ଜଣାପଡ଼ିନାହିଁ। ସେହି ଭଳି ଗତକାଲି ମଧ୍ୟ ଘରୋଇ ସଭ୍ୟ ବିଲ୍‌ ଭାବେ ନ୍ୟାସନାଲ ଜୁଡିସିଆଲ୍‌ କମିସନ୍‌ ବିଲ୍‌ ରାଜ୍ୟସଭାରେ ସିପିଆଇ(ଏମ୍‌) ସାଂସଦ ବିକାଶ ରଂଜନ ଭଟ୍ଟାଚାର୍ଯ୍ୟଙ୍କ ଦ୍ବାରା ଆଗତ ହୋଇଥିଲା। ଏହି ବିଲ୍‌କୁ କିଛି ଦଳ ସମର୍ଥନ କରିଥିବା ବେଳେ ଆମ୍‌ ଆଦମୀ ପାର୍ଟି ଏବଂ କିଛି ଅନ୍ୟ ଦଳ ବିରୋଧ କରିଥିଲେ। ଏହି ବିଲ୍‌ ଉପରେ ମଧ୍ୟ ବିଜେଡି କୌଣସି ପ୍ରତିକ୍ରିୟା ପ୍ରକାଶ କରିନାହିଁ। ମିଳିଥିବା ସୂଚନା ଅନୁସାରେ ଏହି ଦୁଇ ବିଲ୍‌ ଆଲୋଚନା ବେଳେ ବିଜେଡି ଆଭିମୁଖ୍ୟ ସ୍ପଷ୍ଟ କରିବ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.