ନିର୍ବାଚନ ପୂର୍ବରୁ ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି

0

ଭୁବନେଶ୍ୱର: ମୁଣ୍ଡ ଉପରେ ୨୪ ସାଧାରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ପୁଣି ଖଣି ଦୁର୍ନୀତି ପ୍ରସଙ୍ଗ ଉଠାଇଲା ବିଜେପି । ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ । ଓଡ଼ିଶାର ସମସ୍ତ ବିଜେପି ବିଧାୟକ ପ୍ରଧାନମନ୍ତ୍ରୀଙ୍କୁ ଭେଟି ଏନେଇ ଦାବି ପତ୍ର ଦେଇଛନ୍ତି । ରାଷ୍ଟ୍ରପତି, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କୁ ମଧ୍ୟ ଦାବି ପତ୍ର ଦିଆଯାଇଥିବା କହିଛନ୍ତି ବିରୋଧୀ ଦଳ ନେତା । ସେ କହିଛନ୍ତି, ୧୪ ବର୍ଷରେ ୮ ଲକ୍ଷ ୯୭ ହଜାର ୪୪୩ କୋଟି ଟଙ୍କାର ଖଣି ଦୁର୍ନୀତି ହୋଇଛି । ରାଜ୍ୟରେ ୧୯୨ଟି ଖଣି ବେଆଇନ ଭାବେ ଚାଲିଥିଲା । ସେଥିରୁ ୧୭୬ଟି ଜଙ୍ଗଲ ଜମି ଓ ୯୬ଟି ଖଣିର ପରିବେଶ ମଞ୍ଜୁରୀ ନାହିଁ । ୭୫ଟି ଲୁହା ପଥର ମାଙ୍ଗାନିଜ୍ ଖଣିରୁ ଅଧିକ ଉତୋଳନ କରାଯାଇଛି ।

୯୫ଟି ଖଣି ନଦୀ, ନାଳକୁ ପ୍ରଭାବିତ କରିଛି । ଏହା ଦ୍ୱାରା ଆଦିବାସୀ, ଜୀବଯନ୍ତୁ, ବନ୍ୟପ୍ରାଣୀ ପ୍ରଭାବିତ ହେଉଛନ୍ତି । ଖଣି ମାଲିକଙ୍କୁ ଦିଆଯାଇଥିବା ଡିମାଣ୍ଡ ନୋଟିସ୍ ଏଷ୍ଟିମେଂଟଠାରୁ କମ୍ ରହିଛି । ତେଣୁ ଘଟଣାର ସିବିଆଇ ତଦନ୍ତ ଦାବି କରିଛି ଦଳ । ବିଜେପି ଏହି ପ୍ରସଙ୍ଗ ନେଇ ଲୋକଙ୍କ ପାଖକୁ ଯିବ ବୋଲି ଜୟନାରାୟଣ ମିଶ୍ର କହିଛନ୍ତି । ଏହା ଉପରେ ପ୍ରତିକ୍ରିୟା ରଖିଛି ବିଜେଡି ।

Leave A Reply

Your email address will not be published.