ମିଜୋରାମ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି

0

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ୧୨ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରିଛନ୍ତି । ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକରେ ଏହି ନାମଗୁଡିକ ଅନୁମୋଦନ ହେବା ପରେ ଆଜି ଏହା ପ୍ରକାଶ ପାଇଛି ।


ମିଜୋରାମ ବିଧାନସଭାର ୪୦ ଟି ଆସନ ପାଇଁ ବିଧାନସଭା ନିର୍ବାଚନ ନଭେମ୍ବର ୭ ରେ ଅନୁଷ୍ଠିତ ହେବ ଏବଂ ଡିସେମ୍ବର ୩ ରେ ଭୋଟ୍‌ ଗଣନା କରାଯିବ । ନଭେମ୍ବର ୨୮ ରେ ରାଜ୍ୟରେ ଗତ ବିଧାନସଭା ନିର୍ବାଚନ ପାଇଁ ମତଦାନ ହୋଇଥିଲା ଏବଂ ଡିସେମ୍ବର ୧୧ ରେ ନିର୍ବାଚନ ଫଳାଫଳ ଘୋଷଣା କରାଯାଇଥିଲା ।

Leave A Reply

Your email address will not be published.