ଜାତିଗଣନାକୁ ବିରୋଧ କରୁନି ବିଜେପି, ଶାହା
ଜାତିଗତ ଜନଗଣନା ପ୍ରକ୍ରିୟାକୁ ମିଳିଛି ବିଜେପିର ସବୁଜ ସଙ୍କେତ। ପାଞ୍ଚ ରାଜ୍ୟ ବିଧାନସଭା ନିର୍ବାଚନ ପୃଷ୍ଠଭୂମିରେ ଦଳ ଭିନ୍ନ ଆଭିମୁଖ୍ୟ ପୋଷଣ କରିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ମନ୍ତବ୍ୟରୁ ବିଜେପି ଏହା ସପକ୍ଷରେ ଥିବା ଭଳି ମନେ ହେଉଛି।
ଶୁକ୍ରବାର କେନ୍ଦ୍ର ମନ୍ତ୍ରୀ ଶାହ କହିଛନ୍ତି, ଜାତିଗତ ଜନଗଣନା ଚିନ୍ତାଧାରାକୁ ବିଜେପି ବିରୋଧ କରୁନାହିଁ। କିନ୍ତୁ ଏହାର ଅର୍ଥ ନୁହେଁ ଯେ ଦଳ ତରବରିଆ ନିଷ୍ପତ୍ତିକୁ ଗ୍ରହଣ କରିବ। ଏପରି ନିଷ୍ପତ୍ତିଗୁଡିକୁ ଚିନ୍ତା କରି ବିଚାରବିମର୍ଶ କରିବା ପରେ ଗ୍ରହଣ କରାଯିବା ଆବଶ୍ୟକ।
ଛତିଶଗଡ଼ରେ ବିଧାନସଭା ନିର୍ବାଚନ ପାଇଁ ବିଜେପିର ଇସ୍ତାହାର ପ୍ରକାଶ କରିବା ପରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ସମସ୍ତଙ୍କ ସହ ପରାମର୍ଶ କରିବା ପରେ ଜାତିଗତ ଜନଗଣନା ଉପରେ ଦଳ ଉପଯୁକ୍ତ ନିଷ୍ପତ୍ତି ନେବ।