ଭୁବନେଶ୍ୱର (ଆମ ଟିଭି): ଆକ୍ସନ ମୋଡ଼ରେ ବିଜେପି ସରକାର। ବେଆଇନ ପାର୍କିଙ୍ଗ ଯୋଗୁଁ ବନ୍ଦ ହୋଇଛି ରସୁଲଗଡସ୍ଥିତ ବିଶାଲ ମେଗା ମାର୍ଟ। ବେଆଇନ ପାର୍କିଙ୍ଗ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଥିଲା। ବିଶାଲ ମେଗା ମାର୍ଟ ଆଗରେ ଥିବା ସର୍ଭିସ ରୋଡ଼ ପର୍ଯ୍ୟନ୍ତ ବେଆଇନ ଭାବେ ଗାଡି ପାର୍କିଙ୍ଗ ହୋଇଥିଲା। ଟ୍ରାଫିକ ପୋଲିସ ତଦାରଖ କରିବାରୁ ସପିଙ୍ଗ ମଲ ମ୍ୟାନେଜର ପୋଲିସକୁ ଗାଳିଗୁଲଜ କରିଥିଲେ।
ଦୁର୍ବ୍ୟବହାର କରିବା ସହ ପୋଲିସ ଉପରକୁ ହାତ ଉଠାଇବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା। ଏହାପରେ ସପିଙ୍ଗ ମଲ ବନ୍ଦ କରିବା ସହ ସମ୍ପୃକ୍ତ ମ୍ୟାନେଜରଙ୍କୁ ଥାନାକୁ ଆଣି ପଚରାଉଚରା କରୁଛି ମଞ୍ଚେଶ୍ୱର ଥାନା ପୋଲିସ। ତେବେ ରାଜଧାନୀରେ ବେଆଇନ ପାର୍କିଙ୍ଗ କରୁଥିବା ସପିଙ୍ଗ ମଲ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ।