୩ ରାଜ୍ୟ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି,ଜାଣନ୍ତୁ ଶିବରାଜଙ୍କୁ କେଉଠୁ ମିଳିଲା ଟିକେଟ
ନୂଆଦିଲ୍ଲୀ: ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଘୋଷଣା ହେବା ସହିତ ବିଜେପି ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ଛତିଶଗଡ, ରାଜସ୍ଥାନ ଏବଂ ମଧ୍ୟପ୍ରଦେଶ ପାଇଁ ବିଜେପି ଏହି ତାଲିକା ପ୍ରକାଶ କରିଛି । ରାଜସ୍ଥାନରେ ୪୧ ଜଣ ପ୍ରାର୍ଥୀଙ୍କ ତାଲିକା ବିଜେପି ପ୍ରକାଶ କରିଛି । ଛତିଶଗଡରେ ୬୪ ପ୍ରାର୍ଥୀ ଏବଂ ମଧ୍ୟପ୍ରଦେଶରେ ୫୭ ଜଣ ପ୍ରାର୍ଥୀଙ୍କ ତାଲିକା ପ୍ରକାଶ ପାଇଛି । ଛତିଶଗଡ ପାଇଁ ଏହା ହେଉଛି ବିଜେପିର ଦ୍ୱିତୀୟ ତାଲିକା ଏବଂ ମଧ୍ୟପ୍ରଦେଶ ପାଇଁ ତୃତୀୟ ତାଲିକା ।
ମଧ୍ୟପ୍ରଦେଶର ବୁଦ୍ଧନିରୁ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଚୌହାନଙ୍କୁ ଟିକେଟ ଦିଆଯାଇଛି । ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରଙ୍କୁ ଡାଟିଆରୁ ପ୍ରାର୍ଥୀ କରାଯାଇଛି ।
ରାଜ୍ୟସଭା ସାଂସଦ କିରୋଡିଲାଲ ମୀନାଙ୍କୁ ରାଜସ୍ଥାନର ସାୱାଇ ମାଧୋପୁରରୁ ଟିକେଟ ଦିଆଯାଇଛି । ସାଂସଦ ଭାଗୀରଥ ଚୌଧୁରୀ, ବାଲକନାଥ, ନରେନ୍ଦ୍ର କୁମାର ଏବଂ ଦେବଜୀ ପଟେଲ ପଟେଲଙ୍କୁ ମଧ୍ୟ ପ୍ରାର୍ଥୀ କରାଯାଇଛି । ପୂର୍ବତନ କେନ୍ଦ୍ର ମନ୍ତ୍ରୀ ରାଜୀବର୍ଦ୍ଧନ ସିଂ ରାଠୋରଙ୍କୁ ଜୟପୁରରୁ ଟିକେଟ ଦିଆଯାଇଛି ।