ବ୍ରହ୍ମପୁରରେ ବିଜେପି ନେତାଙ୍କୁ ଗୁଳିମାଡ଼ କରି ହତ୍ୟା; ପୂରା ଅଞ୍ଚଳରେ କୋକୁଆ ଭୟ

0

ଭୁବନେଶ୍ବର (ଆମ ଟିଭି):ଗାଡ଼ିରେ ଆସିଲେ, ଗୁଳି କରି ଚାଲିଗଲେ । ବ୍ରହ୍ମପୁର ସହର ବୈକୁଣ୍ଠ ନଗର ‘ମୋ କୁଡ଼ିଆ’ ହୋଟେଲ ପାଖରେ ଗତ  ରାତିରେ ଘଟିଛି ବୀଭତ୍ସ ହତ୍ୟାକାଣ୍ଡ । ବ୍ରହ୍ମପୁର ସହରର ଜଣାଶୁଣା ଆଇନଜୀବୀ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୃତ୍ତ ।

ଦକ୍ଷିଣାଞ୍ଚଳ ଆଇଜି ନୀତିଶେଖର ଓ ଗଞ୍ଜାମ ଏସପିଙ୍କ ସମେତ ପୂରା ଟିମ୍ ଗୁଳିମାଡ଼ ହୋଇଥିବା ସ୍ଥାନରେ ପହଞ୍ଚି ଛାନଭିନ୍ କରିଛନ୍ତି । କିଏ ଓ କାହିଁକି ପୀତବାସଙ୍କୁ ହତ୍ୟା କଲା, ତାର କାରଣ ଜଣାପଡୁନି । ପାଖାପାଖି ଅଞ୍ଚଳରେ ଲାଗିଥିବା ସିସିଟିଭି ଆଧାରରେ ପୁଲିସ ତଦନ୍ତ ଚଳାଇଛି । ରାତିରେ ମୃତଦେହ ବ୍ୟବଚ୍ଛେଦ କରାଯାଇଛି । ଆଜି ପୀତବାସ ପଣ୍ଡାଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ ।

Leave A Reply

Your email address will not be published.