ଅରବିନ୍ଦ କେଜ୍ରିୱାଲଙ୍କୁ ମିଛୁଆ କହି ଟାର୍ଗେଟ କଲେ ବିଜେପି ନେତା

0

ନୂଆଦିଲ୍ଲୀ (ଆମ ଟିଭି): ପୁଣି ମୁହାଁବୁହିଁ ଆପ୍-ବିଜେପି । ପୁଣି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଉପରେ ବର୍ଷିଲେ ବିଜେପି ନେତା । ଗୁଜରାଟ ବିଜେପି ସଭାପତି ସିଆର ପାଟିଲ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ କରି କହିଛନ୍ତି, ଆଜି ଯାଏଁ କେଜ୍ରିୱାଲଙ୍କ ଭଳି ମିଛୁଆ ମଣିଷ ଦେଖିନାହିଁ । ମୁଖ୍ୟମନ୍ତ୍ରୀ ହେବା ସତ୍ତେ୍ୱ ମଧ୍ୟ ସେ ଲଗାତାର ମିଛ କହି ଆସୁଛନ୍ତି । ପୂର୍ବରୁ ଗୁଜୁରାଟ ଲୋକଙ୍କୁ କଂସ କହୁଥିଲେ ଏବେ ସେହି ଗୁଜୁରାଟ ଲୋକଙ୍କୁ ଭୋଟ ମାଗୁଛନ୍ତି । ତେଣୁ କେଜ୍ରିୱାଲ କିଛି କହିବା ପୂର୍ବରୁ ହଜାରେ ଥର ଭାବିବାର ଆବଶ୍ୟକତା ରହିଛି ।

କେଜ୍ରିୱାଲ କହିଛନ୍ତି, କୃଷ୍ଣ ଜନ୍ମାଷ୍ଟମୀରେ ମୋର ଜନ୍ମ ହୋଇଛି । ତେଣୁ ଭଗବାନ ମୋତେ ଏକ ସ୍ୱତନ୍ତ୍ର କାମ ଦେଇ ପୃଥିବୀ ପୃଷ୍ଠକୁ ପଠାଇଛନ୍ତି । ଆଉ ଭଗବାନଙ୍କ ପକ୍ଷରୁ ମିଳିଥିବା କାମ ହେଉଛି, କଂସଙ୍କ ଦାୟଦଙ୍କ ନାଶ କରିବା । ଯେତେ ବି କଂସଙ୍କ ଦାୟଦ, ଭ୍ରଷ୍ଟାଚାରୀ ଓ ଗୁଣ୍ଡା ରହିଛନ୍ତି, ଜନତାଙ୍କୁ ସେମାନଙ୍କ ଠାରୁ ମୁକ୍ତି ଦେବାକୁ ଆମେ ସମସ୍ତେ ଭଗବାନଙ୍କ ଏହି କାମକୁ ମିଳିମିଶି ପୂରା କରିବା ।

Leave A Reply

Your email address will not be published.