ବିଜେପି ବିଧାୟିକାଙ୍କ ବିନ୍ଦିରେ ରାଷ୍ଟ୍ରପତିଙ୍କ ଫଟୋ: କାହିଁକି ଜାଣନ୍ତୁ?

0

କୋଲକାତା (ଆମ ଟିଭି): ବର୍ତ୍ତମାନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅପମାନ ପ୍ରସଙ୍ଗ ଜାତୀୟ ରାଜନୀତିକୁ ସରଗରମ କରିଛି । ଟିଏମସି ନେତା ରାଷ୍ଟ୍ରପତିଙ୍କୁ ଅପମାନ କରିବା ପରେ ଏହାକୁ ବିଭିନ୍ନ ସ୍ତରରେ ବିରୋଧ କରାଯାଉଛି । ଏହାରି ଭିତରେ ଏକ ଭିନ୍ନ ଚିତ୍ର ଦେଖିବାକୁ ମିଳିଛି । ବିଜେପି ଦଳର ବିଧାୟକ ତଥା ଏହାର ମହିଳା ମୋର୍ଚ୍ଚା ସଭାପତି ଅଗ୍ନିମିତ୍ର ପଲ୍ ସୋମବାର ଏକ ଭାରତୀୟ ମାନଚିତ୍ରରେ ମୁର୍ମୁଙ୍କ ଫଟୋ ଥିବା ଏକ ବିନ୍ଦି ଲଗାଇ ବିଧାନସଭାକୁ ଯାଇଥିଲେ। ଏଥିରେ ତାଙ୍କ ସହକର୍ମୀମାନେ ମଧ୍ୟ ଯୋଗ ଦେଇ ଏହି ବିନ୍ଦି ପିନ୍ଧିଥିଲେ ଯେଉଁଥିରେ ରାଷ୍ଟ୍ରପତିଙ୍କ ଫଟୋ ଥିଲା।

ଉଲ୍ଲେଖଯୋଗ୍ୟ, ନଭେମ୍ବର ୧୧ରେ ନନ୍ଦିଗ୍ରାମରେ ଆୟୋଜିତ ଏକ ରାଜନୈତିକ ସମାବେଶରେ ତୃଣମୂଳ ବିଧାୟକ ତଥା ମନ୍ତ୍ରୀ ଅଖିଳ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଚେହେରାକୁ ନେଇ ପରିହାସ କରିଥିଲେ। ଯାହାକୁ ନେଇ ତୀବ୍ର ପ୍ରତିବାଦ ହେବାପରେ ତୃଣମୂଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ତାଙ୍କ ଦଳର ବିଧାୟକ ତଥା ମନ୍ତ୍ରୀଙ୍କ ଏତାଦୃଶ ଆଚରଣ ପାଇଁ ସର୍ବସାଧାରଣରେ କ୍ଷମା ମାଗିଥିଲେ।

ବିଜେପି ବିଧାୟକ ପାଲ ଗଣମାଧ୍ୟମକୁ କହିଛନ୍ତି: ରାଷ୍ଟ୍ରପତିଙ୍କୁ ଅପମାନିତ କରିବାର ଦୁଃସାହସ ତୃଣମୂଳର ମନ୍ତ୍ରୀ କରିଛନ୍ତି। କିନ୍ତୁ, ମୁଁ ତାଙ୍କ କାର୍ୟ୍ୟକୁ ନିନ୍ଦା କରିବା ସହ ଭାରତର ସମ୍ବିଧାନକୁ ସୁରକ୍ଷା ଦେବାକୁ ଚାହୁଁଛି। ସୋମବାର ବିଧାନସଭାର ଶୀତକାଳୀନ ଅଧିବେଶନ ଆରମ୍ଭ ହେଉଥିବାରୁ ମୁଁ ଏହି ଘଟଣା ପ୍ରତି ଗୃହର ଦୃଷ୍ଟି ଆକର୍ଷଣ କରିବାକୁ ଚାହୁଁଛି।

Leave A Reply

Your email address will not be published.