ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କୁ ୬ମାସ ଜେଲ୍

0

ଲକ୍ଷ୍ନୌ(ଆମ ଟିଭି): ବିଜେପି ସାଂସଦଙ୍କୁ ୬ମାସ ଜେଲଦଣ୍ଡ । ନିର୍ବାଚନ ଆଚରଣ ବିଧି ଉଲ୍ଲଘଂନ କରିଥିବା ଅଭିଯୋଗରେ ଉତ୍ତର ପ୍ରଦେଶର ଏକ ଅଦାଲତ ଶୁକ୍ରବାର ବରିଷ୍ଠ ବିଜେପି ସାଂସଦ ରୀତା ବହୁଗୁଣା ଯୋଶୀଙ୍କୁ ଦୋଷୀସାବ୍ୟସ୍ତ କରିବା ସହ ୬ ମାସ ଜେଲ ଦଣ୍ଡାଦେଶ ପ୍ରଦାନ କରିଛନ୍ତି। ଏଥି ସହିତ ରୀତାଙ୍କ ଉପରେ ୧୧୦୦ ଟଙ୍କାର ଜୋରିମାନା ମଧ୍ୟ ଲାଗୁ କରିଛନ୍ତି।

୨୦୧୨ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ସମୟରେ ପ୍ରଚାର ସମୟ ସୀମା ଶେଷ ହୋଇଥିବା ସତ୍ତ୍ବେ ରୀତା ଏକ ସଭାକୁ ସମ୍ବୋଧିତ କରିଥିବାରୁ ତାଙ୍କ ବିରୋଧରେ ଏଭଳି ଅଭିଯୋଗ ଆଗତ ହୋଇଥିଲା। ରୀତା ସେତେବେଳେ କଂଗ୍ରେସ ପ୍ରାର୍ଥୀଭାବେ ଲକ୍ଷ୍ନୌ କ୍ୟାଣ୍ଟନମେଣ୍ଟ ଆସନରୁ ନିର୍ବାଚନ ଲଢୁଥିଲେ। ସୂଚନାଯୋଗ୍ୟ ରୀତା ପ୍ରଥମେ କଂଗ୍ରେସ ନେତ୍ରୀ ଥିବାବେଳେ ୨୦୧୬ ଅକ୍ଟୋବରରେ ବିଜେପିରେ ଯୋଗ ଦେଇଥିଲେ।

Leave A Reply

Your email address will not be published.