ସଂସଦରେ ରାହୁଲ ଗାନ୍ଧିଙ୍କୁ ଏମିତି କହିଲେ ବିଜେପି ସାଂସଦ, ଜାଣନ୍ତି କଣ କହିଲେ

0

ନୂଆଦିଲ୍ଲୀ:’ସଂସଦରେ କିଏ କହିଲା? ରାହୁଲ ଗାନ୍ଧୀ ନା ପ୍ରେତ। ଗୃହକୁ ପ୍ରେତ ଆସି ଭାଷଣ ଦେଇ ଚାଲିଗଲା।’ କିଛି ଏଭଳି କହି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଟ୍ରୋଲ କରିଛନ୍ତି ବିଜେପି ସାଂସଦ ନିଶିକାନ୍ତ ଦୁବେ। ବିଜେପି ସାଂସଦଙ୍କ ଏହି ଟ୍ରୋଲ କରିବା ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମଙ୍ଗଳବାର ଥିଲା ପାର୍ଲାମେଣ୍ଟ ବଜେଟ ଅଧିବେଶନର ଷଷ୍ଠ ଦିନ। ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ନେଇ ଆଲୋଚନା ଚାଲିଥିଲା। ଏହି ସମୟରେ କଂଗ୍ରେସ ପ୍ରାୟ ଏକ ଘଣ୍ଟା ଧରି କେନ୍ଦ୍ର ସରକାର ଓ ବିଜେପିକୁ ଅନେକ ପ୍ରସଙ୍ଗ ନେଇ ଘେରିଥିଲା। ଅନ୍ୟ ୫ ଦିନ ପରି ବିରୋଧୀ ସଦସ୍ୟମାନେ ଆଦାନୀ ଗ୍ରୁପ୍‌ ଓ କେନ୍ଦ୍ର ସରକାରଙ୍କ ବିପକ୍ଷରେ ସ୍ଲୋଗାନ ଦେଇ ବିକ୍ଷୋଭ କରିଥିଲେ। ଏହି ସମୟରେ ସଂସଦରେ ଜୋରଦାର ହଙ୍ଗାମା ହୋଇଥିଲା। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ବିରୋଧରେ ନାନା ଅଭିଯୋଗ ଆଣିଥିଲେ।

Leave A Reply

Your email address will not be published.