କଂଗ୍ରେସ ଟ୍ୱିଟକୁ ନେଇ ବର୍ଷିଲେ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା

0

ନୂଆଦିଲ୍ଲୀ (ଆମ ଟିଭି): ଇଣ୍ଡିଆ ବନାମ ଭାରତକୁ ନେଇ ଶାସକ ଓ ବିରୋଧୀ ଏବେ ମୁହାଁମୁହିଁ ହୋଇଛନ୍ତି । ଯାହାକୁ ନେଇ ସରଗମ ହୋଇଛି ରାଜନୀତି । ଇଣ୍ଡିଆକୁ ନେଇ କଂଗ୍ରେସ ସମିତ ଅନେକ ବିରୋଧୀଙ୍କ ମତ ମଧ୍ୟ ପ୍ରକାଶ ପାଇଛି । ମୁହାଁମୁହିଁ ହୋଇଛନ୍ତି ଦୁଇ ପାରମ୍ପରିକ ବିରୋଧୀ ଗୋଷ୍ଠୀ କଂଗ୍ରେସ ଓ ବିଜେପି । ବିରୋଧୀ ଦଳଗୁଡ଼ିକ ସେମାନଙ୍କ ମେଣ୍ଟର ନାଁ ଇଣ୍ଡିଆ ରଖିବାରୁ କ୍ଷମତାସୀନ ବିଜେପି ଭାରତ ଭେଳିକି ଦେଖାଉଛି ବୋଲି ଅନେକ ବିରୋଧୀ ଦଳ ନେତା ମତ ରଖିଛନ୍ତି। ଏପରିକି କଂଗ୍ରେସ କରିଥିବା ପୋଷ୍ଟକୁ କାଉଣ୍ଟର କରିବାକୁ ପଛାଇ ନାହିଁ ବିଜେପି ।

କଂଗ୍ରେସ ନିଜ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ୱିଟର) ରେ ଭାରତର ସମ୍ବିଧାନରୁ ଭାରତ ଶବ୍ଦକୁ ଲେଖିବା ପାଇଁ କଲମ ଧରିଥିବା ଜଣେ ବ୍ୟକ୍ତିଙ୍କ ଫଟୋ ପୋଷ୍ଟ କରିବା ସହ ଭାରତ ସମ୍ବିଧାନର ମୁଖ୍ୟବନ୍ଧକୁ ପୋଷ୍ଟ କରିଛି। ଏପରିକି ଟ୍ୟାଗ୍‌ ଲାଇନ୍‌ରେ ଇଣ୍ଡିଆ ଶବ୍ଦର ବିଲୋପ କରିବା ଅସମ୍ଭବ ବୋଲି ଲେଖାଯାଇଛି।

Leave A Reply

Your email address will not be published.