ଅପରାଜିତାଙ୍କ ପରେ ୫ଟି ସଚିବଙ୍କୁ ଟାର୍ଗେଟ କଲେ ବିଜେପି ସଭାପତି ମନମୋହଦ ସାମଲ

0

ଭୁବନେଶ୍ୱର (ଆମ ଟିଭି): ୫ଟି ସଚିବଙ୍କୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ରହିଛି । ଅପରାଜିତାଙ୍କ ପରେ ବିଜେପି ରାଜ୍ୟ ସଭାପତିଙ୍କ ଟାର୍ଗେଟରେ ୫ଟି ସଚିବ । ରବିବାର ମନମୋହନ ସାମଲ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ରାଜ୍ୟରେ ଦୁଇ ଡ଼ର୍ଜନ ମନ୍ତ୍ରୀ ଅଛନ୍ତି, ମନ୍ତ୍ରୀମାନେ ହେଉଛନ୍ତି ଶାସନର ମୁଖ୍ୟ । ତେବେ ସଚିବ ପ୍ରଶାସନର ନିଷ୍ପତ୍ତି ନେଇ ପାରିବନି, କି ଘୋଷଣା କରି ପାରିବେନି, କି ଅନୁମୋଦନ ଦେଇ ପାରିବନି । ଚୂଡାନ୍ତ ନିଷ୍ପତ୍ତି ମନ୍ତ୍ରୀମାନେ ହିଁ ନେବେ । ତେଣୁ ଯଦି ତାଙ୍କୁ ନିଷ୍ପତ୍ତି ନେବାରେ ଅଛି ତେବେ ସେ ଇସ୍ତଫା ଦେଇ ମନ୍ତ୍ରୀ ହୋଇଯାଆନ୍ତୁ, ଶପଥ ନେଇଯାଆନ୍ତୁ । ସଚିବ ଏକୁଟିଆ ବୁଲନ୍ତୁ ଆଉ ଘୋଷଣା କରନ୍ତୁ କେହି ତାଙ୍କୁ ମନା କରିବେନି ବୋଲି କହିଛନ୍ତି ମନମୋହନ ସାମଲ ।

ଖାଲି ସେତିକି ନୁହେଁ, ସେ ଆହୁରି ମଧ୍ୟ କହିଛନ୍ତି ଯେ- ଜଣେ ସରକାରୀ ଚାକିରି କରୁଥିବା ଲୋକ ଓଡ଼ିଶାରେ ସିଧାସଳଖ ରାଜନୀତି କରି ପାରିବ ନାହିଁ । ଆଇନର ଉର୍ଦ୍ଧ୍ଵରେ କେହି ନୁହନ୍ତି କି ବ୍ୟବସ୍ଥାର ଉର୍ଦ୍ଧ୍ବରେ କେହି ନୁହନ୍ତି, ବ୍ୟବସ୍ଥା ଭିତରେ ରହି କେହି ବି ଲକ୍ଷ୍ମଣ ରେଖା ଅତିକ୍ରମ କରିବା ଉଚିତ ନୁହେଁ ବୋଲି ମନମୋହନ ସାମଲ କହିଛନ୍ତି । ଅନ୍ୟପଟେ ରାଜନୀତି କରିବାର ସମସ୍ତଙ୍କର ଅଧିକାର ଅଛି କିନ୍ତୁ ଦେଶର ବ୍ୟବସ୍ଥା, ସମ୍ବିଧାନ ଓ ଆଇନ କାନୁନକୁ ମାନିକି ଚାଲିବାକୁ ପଡ଼ିବ । ଯାହାକୁ ରାଜନୀତି କରିବାର ଅଛି ଚାକିରି ଛାଡି, ରାଜନୀତି କରନ୍ତୁ ।

 

Leave A Reply

Your email address will not be published.