ରାଜସ୍ଥାନରେ ନିର୍ବାଚନ ଘୋଷଣା ପତ୍ର ଜାରି ରଲା ବିଜେପି, ଜାଣନ୍ତୁ କଣ ରଖିଛି ପ୍ରତିଶ୍ରୁତି

0

ଜୟପୁର : ଭାରତୀୟ ଜନତା ପାର୍ଟି ମୁଖ୍ୟ ଜେପି ନଡା ଗୁରୁବାର ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଦଳର ଘୋଷଣା ପତ୍ର ପ୍ରକାଶ କରିଛନ୍ତି। ଭାଜପା ଏହି ଘୋଷଣା ପତ୍ରକୁ ବିକାଶର ଏକ ରୋଡମ୍ୟାପ ବୋଲି ବର୍ଣ୍ଣନା କରିଛି। ଭାଜପାର ଘୋଷଣା ପତ୍ର ପ୍ରକାଶ କରି ନଡା କହିଛନ୍ତି, ତାଙ୍କ ଦଳ ରାଜ୍ୟରେ ସମସ୍ତଙ୍କ ବିକାଶ ପାଇଁ କାର୍ଯ୍ୟ କରିବ। ଗ୍ରାମ, ଗରିବ, କୃଷକ, ମହିଳା, ଯୁବକ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ମଜଭୁତ ହେବେ। ଘୋଷଣା ପତ୍ର ହେଉଛି ଭାରତୀୟ ଜନତା ପାର୍ଟି ପାଇଁ ଏକ ଦର୍ଶନ।
ଭାଜପା ଘୋଷଣା ପତ୍ରରେ ମହିଳାମାନଙ୍କୁ କେଜି ରୁ ପିଜି ପର୍ଯ୍ୟନ୍ତ ମାଗଣା ଶିକ୍ଷା ଦିଆଯିବ ବୋଲି କୁହାଯାଇଛି। ଏହାସହିତ ମାତୃ ବନ୍ଦନ ରାଶି ୪ ହଜାରରୁ ୮ ହଜାରକୁ ବୃଦ୍ଧି କରାଯିବ।
ପେପ୍‌ର ଲିକ ଯାଞ୍ଚ କରିବ ଏସ୍‌ଆଇଟି। ଗହମ ଉତ୍ପାଦନ କ୍ୱିଣ୍ଟାଲ ପିଛା ୨୭୦୦ ଟଙ୍କାରେ କ୍ରୟ କରାଯିବ ଏବଂ ଏମଏସପି ଉପରେ ବୋନସ ଦିଆଯିବ। ଝିଅ ଜନ୍ମ ସମୟରେ ୨ ଲକ୍ଷ ଟଙ୍କା ସଞ୍ଚୟ ବଣ୍ଡ ଦିଆଯିବ। ମାଗଣା ସ୍କୁଟି ଯୋଜନା ଅଧୀନରେ ଦ୍ୱାଦଶ ପାସ କରିଥିବା ମେରିଟ ଛାତ୍ରୀମାନଙ୍କୁ ସ୍କୁଟି ଦିଆଯିବ।

Leave A Reply

Your email address will not be published.