ପଦ୍ମପର ପାଇଁ ବିଜେପି ପ୍ରକାଶ କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

0

ଭୁବନେଶ୍ବର:  ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ କରିଛି। ଏଥିରେ ୪ କେନ୍ଦ୍ରମନ୍ତ୍ରୀଙ୍କୁ ସାମିଲ କରାଯାଇଛି।  ଷ୍ଟାର ପ୍ରଚାରକ ତାଲିକାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,ନରେନ୍ଦ୍ର ସିଂ ତୋମାର, ଅଶ୍ୱିନୀ ବୈଷ୍ଣବ, ଅର୍ଜୁନ ମୁଣ୍ଡା ଏବଂ ବିଶେଶ୍ୱର ଟୁଡୁ ରହିଛନ୍ତି। ଏମାନଙ୍କ ସହିତ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର, ବିଜେପି ରାଷ୍ଟ୍ରୀୟ ଉପସଭାପତି ବୈଜୟନ୍ତ ପଣ୍ଡା, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ରାଜ୍ୟ ସଭାପତି ସମୀର ମହାନ୍ତି ଓ ବିଜୟ ପାଲ ସିଂ ତୋମାର ମଧ୍ୟ ରହିଛନ୍ତି ।

ଏହାଛଡ଼ା ବରିଷ୍ଠ ନେତା ଜୁଏଲ ଓରାମ, ପ୍ରତାପ ଷଡ଼ଙ୍ଗୀ, ସମୀର ମହାନ୍ତି, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ମନମୋହନ ସାମଲ, କେଭି ସିଂହ ଦେଓ, ଗିରିଧର ଗମାଙ୍ଗୋ, ଅପରାଜିତା ଷଡ଼ଙ୍ଗୀ, ଧାମନଗରର ନବନିର୍ବାଚିତ ବିଧାୟକ ସୂରଜ ସୂର୍ଯ୍ୟବଂଶୀ ସ୍ଥିତପ୍ରଜ୍ଞ , ସମ୍ବିତ ପାତ୍ର, ସଙ୍ଗୀତା ସିଂହଦେଓ, ସୁରମା ପାଢ଼ୀ, ମାନସ କୁମାର ମହାନ୍ତି, ଗୋଲକ ମହାପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ଲେଖାଶ୍ରୀ ସାମନ୍ତସିଂହାର, ମୋହନ ମାଝୀ, ନିତେଶ ଗଙ୍ଗଦେବ, ଚୁନିଲାଲ ସାହୁ, ନାଉରୀ ନାୟକ, ରବି ନାରାୟଣ ନାୟକ, ସୁବାସ ପାଣିଗ୍ରାହୀ, ଶଙ୍କର ଓରାମ, ନିତ୍ୟାନନ୍ଦ ଗଣ୍ଡ, ଡକ୍ଟର ମୁକେଶ ମହାଲିଙ୍ଗ, କୁସୁମ ଟେଟେ, ରଞ୍ଜନ କୁମାର ପଟେଲ୍, ବିଭୁ ପ୍ରସାଦ ତରାଇ ଓ ଅଶ୍ବିନୀ କୁମାର ଷଡ଼ଙ୍ଗୀଙ୍କୁ ଏହି ତାଲିକାରେ ସ୍ଥାନ ମିଳିଛି।

Leave A Reply

Your email address will not be published.