ଭୁବନେଶ୍ୱର (ଆମ ଟିଭି): ୨୦୨୪ ନିର୍ବାଚନ ଯେତେ ପାଖେଇ ଆସୁଛି, ରାଜ୍ୟ ରାଜନୀତିରେ ସେତେ ହଲଚଲ ଦେଖିବକୁ ମିଳୁଛି। ଏହାରି ଭିତରେ ବିଜେପି ସଭାପତିଙ୍କ ବିସ୍ଫୋରକ ବୟାନ । ମନମୋହନ ସାମଲ କହିଲେ ବିଜେଡ଼ିରେ ତୀବ୍ର ଗୋଷ୍ଠୀ କନ୍ଦଳ ଅଛି ଏବଂ ଆଗକୁ ବିସ୍ଫୋରଣ ହେବ । ଏପରିକି ସେମାନେ ଜାଣିସାରିଲେଣି ଆଗକୁ ବିସ୍ଫୋରଣ ହେବ ବୋଲି କହିଛନ୍ତି ମନମୋହନ ସାମଲ ।
ଏହାସହ ସମସ୍ତେ ରାଜନୈତିକ ଲୋକ ବିନା ଯୋଗାଯୋଗରେ କାହିଁକି ରହିବୁ, ସମସ୍ତେ ଯୋଗାଯୋଗରେ ଅଛୁ ବୋଲି କହିଛନ୍ତି ରାଜ୍ୟ ବିଜେପି ସଭାପତି ।