ଭୁବନେଶ୍ୱରରେ ରାଜଭବନ ଘେରିଲା ବିଜେପି

0

ଭୁବନେଶ୍ୱର (ଆମ ଟିଭି): ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ଘଟଣା ଓ ରାଜ୍ୟର ଆନଶୃଙ୍ଖଳା ବ୍ୟବସ୍ଥାକୁ ନେଇ ରାଜଧାନୀରେ ବିକ୍ଷୋଭ କରିଛି ବିଜେପି । ମୁଖ୍ୟମନ୍ତ୍ରୀ ଗାଦି ଛାଡ, ମନ୍ତ୍ରୀ ହତ୍ୟାକାରୀ ମୁଖ୍ୟମନ୍ତ୍ରୀ ଲେଖାଥିବା ପ୍ଲାକାର୍ଡ ଧରି ଧାରଣାରେ ବସିଛନ୍ତି ବିଜେପି ନେତା ଓ କର୍ମୀ । ଦଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି ।

ମନ୍ତ୍ରୀ ନବ ଦାସଙ୍କ ଭଳି ଜୟନାୟଣ ମିଶ୍ରଙ୍କୁ ହତ୍ୟା କରିବାକୁ ଯୋଜନା କରାଯାଇଥାଇପାରେ ବୋଲି ଅଭିଯୋଗ କରିଛି ବିଜେପି । ଗତ ମଙ୍ଗଳବାର ଠୁ ବିଜେପି ପକ୍ଷରୁ ଏନେଇ ବିକ୍ଷୋଭ କରାଯାଇଥିବା ବେଳେ ଆଜି ତିନି ଦିନରେ ପହଞ୍ଚିଛି । ତେବେ ଏନେଇ ବିଜେପି ପକ୍ଷରୁ ରାଜ୍ୟପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ କରାଯିବ । ଦଳ ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

Leave A Reply

Your email address will not be published.