ଜନଅଭିଯୋଗ ଶୁଣାଣି ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା ବିଜେପି

0

ଭୁବନେଶ୍ବର (ଆମ ଟିଭି): ପୁଣି ରାଜ୍ୟ ସରକାରଙ୍କ ଯୋଜନାକୁ ନେଇ ବର୍ଷିଲା ବିଜେପି । ମୋ ସରକାର ଅଧିନରେ ଆସିବ ଜନଅଭିଯୋଗର ଶୁଣାଣି । ଆସନ୍ତା ମାସ ଠାରୁ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଲୋକଙ୍କୁ ଫୋନ କରାଯାଇ ସେମାନଙ୍କ ସମସ୍ୟାର କିପରି ସମାଧାନ କରାଯାଉଛି, ସେ ସମ୍ପର୍କରେ ମତାମତ ନିଆଯିବ । ଏନେଇ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ପରେ ଏହାକୁ ନେଇ ତେଜିଛି ରାଜନୀତି ।

ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ପୁରୁଣା ମଦକୁ ନୂଆ ବୋତଲରେ ଢାଳିବା ନବୀନ ସରକାରର ଅଭ୍ୟାସ। ସମାନ କଥା ପୂର୍ବରୁ ୨୨,୨୦ ଓ ୧୮ ମସିହାରେ ମଧ୍ୟ କହିଥିଲେ। ଯଦି ଲୋକଙ୍କ ଅଭିଯୋଗ ଶୁଣିବାର ଅଭ୍ୟାସ ସରକାରଙ୍କର ଥାନ୍ତା ରାଜ୍ୟବାସୀ ଏତେ ହଇରାଣ ହୋଇ ନଥାନ୍ତେ। ପୂର୍ବରୁ ସବୁ ମୁଖ୍ୟମନ୍ତ୍ରୀ ଲୋକଙ୍କ ଅଭିଯୋଗ ଶୁଣିବା ପାଇଁ ଅଭିଯୋଗ ପ୍ରକୋଷ୍ଠ ଥିଲା।

Leave A Reply

Your email address will not be published.