ଭୁବନେଶ୍ବର (ଆମ ଟିଭି): ପୁଣି ନବୀନ ସରକାରଙ୍କୁ ଟାର୍ଗେଟ କଲା ବିଜେପି । ଜନଜାତି ଉପଦେଷ୍ଟା ପରିଷଦ ବୈଠକରେ ମୁଖ୍ୟମନ୍ତ୍ରୀ ଅନୁପସ୍ଥିତ ରହିବାକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛି ରାଜ୍ୟ ବିଜେପି। ୬୦୦ କିଲୋମିଟର ଦୂରରୁ ଆଦିବାସୀ ନେତା ବୈଠକୁ ଆସିଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟରେ ବୈଠକ ଥିବା ସତ୍ତେ୍ୱ ସେ ଆସିଲେ ନାହିଁ ।
ଅଳ୍ପ ସମୟ ପାଇଁ ଭର୍ଚୁଆଲ ମୋଡ଼ରେ ଯୋଡ଼ି ହେଲେ ବୋଲି କହିଛନ୍ତି ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଏଥରୁ ସ୍ପଷ୍ଟ ହେଉଛି ଯେ, ମୁଖ୍ୟମନ୍ତ୍ରୀ ଦପ୍ତରକୁ ମଧ୍ୟ ଆସୁ ନାହାଁନ୍ତି । ଆଦିବାସୀ ନେତାଙ୍କୁ ଡାକି ନିଜେ ନଆସିବା ଆଦିବାସୀଙ୍କ ଅପମାନ ବୋଲି ଅଭିଯୋଗ କରିଛନ୍ତି । ସେହିପରି ନିର୍ବାଚନ ଆସିଲେ ମୁଖ୍ୟମନ୍ତ୍ରୀଙ୍କୁ ଆଦିବାସୀଙ୍କ କଥା ମନେ ପଡ଼େ ବୋଲି ଅଭିଯୋଗ କରିଛନ୍ତି ।