ନୀତିଶ ଟାର୍ଗେଟ କରି ଏମିତି କହିଲା ବିଜେପି
ବକ୍ସର୍: ବୁଧବାର ଦିନ ‘ସମାଧାନ ଯାତ୍ରା’ରେ ଯୋଗ ଦେବା ପାଇଁ ଯାଉଥିବା ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ଗାଡ଼ିକୁ ରାସ୍ତା ଛାଡ଼ିବା ଲାଗି କେତେକ ଲୋକାଲ୍ ଟ୍ରେନ୍ ୧୫ ମିନିଟ୍ ଅଟକି ରହିବା କଥାକୁ ସମାଲୋଚନା କରି ‘ବିଜେପି’ କହିଛି ଏହା ହେଉଛି ‘ବିଘ୍ନକାରୀ ଯାତ୍ରା’।
ସୂଚନାଯୋଗ୍ୟ, ‘ଜନତା ଦଳ-ୟୁନାଇଟେଡ୍’ (ଜେଡିୟୁ) ନେତା ନୀତୀଶ କୁମାରଙ୍କ ‘ସମାଧାନ ଯାତ୍ରା’ ବୁଧବାର ଦିନ ବକ୍ସର୍ରେ ପହଞ୍ଚିଥିଲା। ତେଣୁ, ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ସହିତ ଯାଉଥିବା ସମସ୍ତ ଗାଡ଼ିର ଅବାଧ ଯାତ୍ରା ନିମନ୍ତେ ଦୁଇଟି ପାସେଞ୍ଜର୍ ଟ୍ରେନ୍କୁ ବକ୍ସର୍ ଷ୍ଟେସନ୍ର ‘ଆଉଟର୍ ସିଗ୍ନାଲ୍’ରେ ଅଟକି ରହିବା ପାଇଁ ନିର୍ଦେଶ ଦିଆଯାଇଥିଲା।
ନୀତୀଶ କୁମାରଙ୍କ ଗାଡ଼ି ବକ୍ସର୍ ଅନ୍ତର୍ଗତ ଦିଲ୍ଲୀ-ହାଓଡ଼ା ରେଳପଥ ଅନ୍ତର୍ଗତ ଇଟାଡ଼ି ଗୁମ୍ଟି ଅତିକ୍ରମ କରୁଥିବା ବେଳେ ଟ୍ରେନ୍ ଦୁଇଟି ଅଟକି ରହିଥିଲେ। ତେଣୁ, ଗନ୍ତବ୍ୟସ୍ଥଳରେ ପହଞ୍ଚିବା ଲାଗି କେତେକ ଯାତ୍ରୀ ଟ୍ରେନ୍ରୁ ଓହ୍ଲାଇ ଚାଲି ଚାଲି ଯାଇଥିଲେ।