ଶାହାରୁଖଙ୍କୁ ଧନ୍ୟବାଦ କହିଲା ବିଜେପି, ଜାଣନ୍ତୁ କାହିଁକି !

0

ନୂଆଦିଲ୍ଲୀ: ବଲିଉଡ ଅଭିନେତା ଶାହାରୁଖ ଖାନଙ୍କୁ ଫିଲ୍ମ ‘ଯବାନ’ ପାଇଁ ‘ଥ୍ୟାଙ୍କ୍‌ ୟୁ’ କହିଛି ଭାଜପା। ଏହି ଫିଲ୍ମ ୟୁପିଏ ଶାସନର ଦୁଃଖଦ ରାଜନୈତିକ ଇତିହାସକୁ ମନେ ପକାଇଥାଏ ବୋଲି ଦଳ କହିଛି।
ଭାଜପା ଜାତୀୟ ମୁଖପାତ୍ର ଗୌରବ ଭାଟିଆ ମାଇକ୍ରୋ ବ୍ଲଗିଂ ସାଇଟ ଏକ୍ସରେ ଫିଲ୍ମର ଏକ ପୋଷ୍ଟ ଶେୟାର କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ୨୦୦୪ ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ଶାସନ କଂଗ୍ରେସ ସରକାରଙ୍କ ଦୁର୍ନୀତି ଏବଂ ପଲିସି ପାରାଲିସିସ୍‌କୁ ପ୍ରକାଶ କରିଥିବାରୁ ଆମେ ଶାହାରୁଖ ଖାନଙ୍କୁ ଧନ୍ୟବାଦ ଦେବା ଉଚିତ।
ସେ ସୋସିଆଲ ମିଡିଆରେ ଲେଖିଛନ୍ତି, ୟୁପିଏ-୨ ଶାସନ କାଳରେ ୨୦୦୯ ରୁ ୨୦୧୪ ମଧ୍ୟରେ ସିଏବ୍ଲ୍ୟୁଜି, ୨ଜି, କୋଇଲା ସ୍କାମ ହୋଇଥିଲା। ଗତ ସାଢେ ୯ ବର୍ଷ ମଧ୍ୟରେ ବର୍ତ୍ତମାନର ନରେନ୍ଦ୍ର ମୋଦି ସରକାରଙ୍କ ରେକର୍ଡ ସମ୍ପୂର୍ଣ୍ଣ ପରିଷ୍କାର ଅଟେ। କୌଣସି ଦୁର୍ନୀତି ନାହିଁ।

Leave A Reply

Your email address will not be published.