ଗୁଜୁରାଟ ନିର୍ବାଚନରେ ପୁଣି ବାଜିମାତ କରିବ ବିଜେପି: EXIT POOLର ଆକଳନ

0

ନୂଆଦିଲ୍ଲୀ(ଆମ ଟିଭି):  ଗୁଜୁରାଟରେ ପୁଣି ବାଜିମାତ କରିବ ଆପ୍। ଗୁଜରାଟରେ ସବୁ ସରକାର ବିରୋଧୀ ହାଓ୍ବାକୁ ଭୁଲ ପ୍ରମାଣିତ କରି ବିଜେପି ପୁଣି ପାଇଁ ସରକାର ଗଢିବାର ସଂକେତ ଦେଉଛି ଏକଜିଟ ପୋଲ୍ । ବିଜେପି ୧୯୯୫ରୁ ଗୁଜରାଟରେ ସରକାରରେ ଥିବାବେଳେ ଲୋକମାନେ ଏବେ ବି ଏହି ଦଳ ଉପରେ ସନ୍ତୁଷ୍ଟ ଥିବା ସଂକେତ ମିଳୁଛି । ଯଦି ଏକଜିଟ ପୋଲ ପୂର୍ବାନୁମାନ ସତ ପ୍ରମାଣିତ ହୁଏ, ତେବେ ବିଜେପି ନିଜ ଦୁର୍ଗକୁ ଆହୁରି ଅଭେଦ୍ୟ କରିବାରେ ସଫଳ ହେବ ।

ଆଜି ବିଭିନ୍ନ ସଂସ୍ଥାମାନଙ୍କ ପକ୍ଷରୁ ପ୍ରକାଶିତ ଏକଜିଟ ପୋଲ ଅନୁସାରେ ବିଜେପି ପୂର୍ଣ୍ଣ ବହୁମତ ହାସଲ କରିବ, କଂଗ୍ରେସ ୨ୟ ସ୍ଥାନରେ ରହିବ ଓ ଆପ ଗୁଜରାଟରେ ଖାତା ଖୋଲିବ । ସବୁ ଏକଜିଟ ପୋଲର ହାରାହାରି ହିସାବ କଲେ ବିଜେପିକୁ ୧୩୧ଟି ଆସନ ମିଳିବାର ସମ୍ଭାବନା ଥିବାବେଳେ କଂଗ୍ରେସକୁ ୪୧ଟି ଓ ଆପକୁ ୭ଟି ଆସନ ମିଳିବାର ସମ୍ଭାବନା ରହିଛି । ଏପରି ହେଲେ ବିଜେପି ୨୦୦୨ର ( ୧୨୭ଟି ଆସନ) ସଫଳତାକୁ ଟପିବାର ସମ୍ଭାବନା ରହିଛି ।

Leave A Reply

Your email address will not be published.