୨୦୨୪ ସାଧାରଣ ନିର୍ବାଚନରେ ବିଜେପି ସବୁଠୁ ବଡ ଦଳ ହେବ: ଶଶି ଥରୁର

0

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନରେ ଶାସକ ଭାରତୀୟ ଜନତା ପାର୍ଟି (ବିଜେପି) ସବୁଠୁ ବଡ ଦଳ ହେବ ବୋଲି କଂଗ୍ରେସ ସାଂସଦ ଶଶି ଥରୁର ପୂର୍ବାନୁମାନ କରିଛନ୍ତି । ଗତଥର ତୁଳନାରେ ବିଜେପି କମ୍ ସିଟ୍ ପାଇବ ବୋଲି ସେ ଦାବି କରିଛନ୍ତି, କିନ୍ତୁ ସେମାନଙ୍କ ଆସନ ସଂଖ୍ୟା କମ୍ ହେବ । ସେ କହିଛନ୍ତି, ଲୋକ ସଭା ନିର୍ବାଚନରେ ଭାଜପା ସବୁଠୁ ବଡ ଦଳ ଭାବରେ ଉଭା ହେବ । ତଥାପି ଏହାର ଆସନରେ ହ୍ରାସ ଘଟିବ ।

ଏଭଳି ପରିସ୍ଥିତିରେ ନ୍ୟାସନାଲ ଡେମୋକ୍ରାଟିକ ଆଲାଇନ୍ସ (ଏନଡିଏ) ଦଳଗୁଡିକ ଭାଜପା ଉପରେ କମ ବିଶ୍ୱାସ ରଖିବେ । ଏହା ମଧ୍ୟ ସମ୍ଭବ ହୋଇପାରେ ଯେ ଭାଜପାର ସହଯୋଗୀ ଦଳ ଭାଜପା ପରିବର୍ତ୍ତେ ବିରୋଧୀ ହୋଇଯିବେ । ପିଟିଆଇର ସୂଚନା ଅନୁଯାୟୀ, ଥରୁର କହିଛନ୍ତି ଯେ ଯଦି ଇଣ୍ଡିଆ ଆଲାଇନ୍ସ ରାଜ୍ୟଗୁଡ଼ିକରେ ଉପଯୁକ୍ତ ଆସନ ବଣ୍ଟନ ଚୁକ୍ତି କରେ, ତେବେ ବିରୋଧୀଙ୍କୁ ପରାଜୟରୁ ରକ୍ଷା କରାଯାଇପାରିବ ।

Leave A Reply

Your email address will not be published.