ସବୁ ବ୍ଲକ ସମ୍ମୁଖରେ ବିକ୍ଷୋଭ କରିବ ବିଜେପି

0

ଭୁବନେଶ୍ୱର (ଆମ ଟିଭି): ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ତିନି ରାଜ୍ୟର ତିନି ପ୍ରମୁଖ ଦଳ ଅଙ୍କ କଷିବା ଆରମ୍ଭ କରିଦେଲେଣି । ଏହାରି ଭିତରେ ସରକାରଙ୍କୁ ଘେରିବାକୁ ବିରୋଧୀଙ୍କ ରଣହୁଙ୍କାର ସାମ୍ନାକୁ ଆସିଛି । ମାଷ୍ଟରପ୍ଲାନ ପ୍ରସ୍ତୁତ କଲେଣି । ଆଜି ରାଜ୍ୟରେ ଦୁର୍ନୀତିକୁ ମୁଦ୍ଦା କରି ରାଜରାସ୍ତାକୁ ଓହ୍ଲାଇବ ବିଜେପି। ଦୁର୍ନୀତି, ଭ୍ରଷ୍ଟାଚାର ଓ ବ୍ୟଭିଚାର ବିରୁଦ୍ଧରେ ଆଜିଠୁ ୧୮ ତାରିଖ ଯାଏଁ ରାଜ୍ୟର ସମସ୍ତ ବ୍ଲକ୍ ଘେରାଉ ବିଜେପି। ବିଜେପିର ଅଭିଯୋଗ ହେଉଛି, ଓଡ଼ିଶାରେ ପିସି କାରବାର ଚାଲିଛି।

ଓଡ଼ିଶାରେ ବର୍ଷକୁ ୧ ଲକ୍ଷ କୋଟି ଟଙ୍କାର ଦୁର୍ନୀତି ହେଉଛି। ଗତ ୯ ବର୍ଷରେ ମୋଦି ସରକାର ଓଡ଼ିଶାକୁ ୧୮ ଲକ୍ଷ କୋଟିରୁ ଅଧିକ ଟଙ୍କା ଦେଇଛନ୍ତି। ତେବେ ଗ୍ରାମାଞ୍ଚଳ ବିକାଶ ପାଇଁ ଯାଇଥିବା ଅର୍ଥ ହରିଲୁଟ କରାଯାଉଛି ଓ ଏ ଅର୍ଥରେ ବିଜେଡି ନିର୍ବାଚନ ବୈତରଣୀ ପାର ହେବାକୁ ଚାହୁଁଥିବା ଦଳ ଅଭିଯୋଗ କରିଛି।

Leave A Reply

Your email address will not be published.