ପଶ୍ଚିମବଙ୍ଗରେ ପୁଣି ସରକାରକୁ ଫେରିବ ବିଜେପି: ଶୁଭେନ୍ଦୁ ଅଧିକାରୀ

0

ନୂଆଦିଲ୍ଲୀ (ଆମ ଟିଭି): ପଶ୍ଚିମବଙ୍ଗରେ ଏଥର ସରକାର ଗଢିବାକୁ ଯାଉଛି ଭାଜପା । ଏନେଇ ଦୃଢୋକ୍ତି କରିଛନ୍ତି ବିଜେପି ନେତା ଶୁଭେନ୍ଦୁ ଅଧିକାରୀ । ପଶ୍ଚିମବଙ୍ଗ ଭାଜପା ନେତା ଶୁଭେନ୍ଦୁ ଅଧିକାରୀ ବିରୋଧୀ ମେଣ୍ଟ ‘ଇଣ୍ଡିଆ’ର ସହଯୋଗୀ ଦଳକୁ ଟାର୍ଗେଟ କରିଛନ୍ତି। ସେ କହିଛନ୍ତି, ଏହା ‘ଇଣ୍ଡିଆ’ ସହଯୋଗୀ ନୁହେଁ। ମୁଁ କହିବି ଏହା ଆଇ ଡଟ ଏନ ଡଟ ଡି ଡଟ ଆଇ ଡଟ ଏ ଡଟ ମେଣ୍ଟ ଅଟେ। ଏହା ଚୋରମାନଙ୍କର ଏକ ମିଳିତ ମେଣ୍ଟ କାରଣରୁ ହିଁ ମୋଦି ଜି ଆସନ୍ତା ନିର୍ବାଚନରେ ୪୦୦ଟି ଆସନ ସହ ପୁଣି କ୍ଷମତାକୁ ଫେରିବେ।

ଶୁଭେନ୍ଦୁ ଅଧିକାରୀ କହିଛନ୍ତି, ଏହା ହେଉଛି ଦୁର୍ନୀତିଗ୍ରସ୍ତ, ବଂଶବାଦୀ, ପରିବାରବାଦୀ ଏବଂ ତୁଷ୍ଟୀକରଣଙ୍କ ଏକ ମିଳିତ ମେଣ୍ଟ। ଆପଣ ଦେଖିବେ ଯେ ପରବର୍ତ୍ତୀ ସମୟରେ ମୋଦୀ ଜି ୪୦୦ ଆସନ ଅତିକ୍ରମ କରି ପୁଣି ଶାସନଗାଦି ବଜାୟ ରଖିବେ।

Leave A Reply

Your email address will not be published.