ରାଜ୍ୟ ସରକାରଙ୍କ ୨୨ଟି ପ୍ରଶ୍ନ ପଚାରିଲା ବିଜେପି ଯୁବ ମୋର୍ଚ୍ଚା: କ’ଣ ଜାଣନ୍ତୁ?

0

ଭୁବନେଶ୍ୱର (ଆମ ଟିଭି): ଆଜି ପ୍ରେସମିଟ୍ କରି ରାଜ୍ୟ ସରକାରଙ୍କୁ ପ୍ରଶ୍ନ ପଚାରିଛି ବିଜେପି ଯୁବ ମୋର୍ଚ୍ଚା । ରାଜ୍ୟ ସରକାରଙ୍କୁ ବିଜେପି ଯୁବ ମୋର୍ଚ୍ଚା ୨୨ଟି ପ୍ରଶ୍ନ ପଚାରିଛି । ସାମ୍ବାଦିକ ସମ୍ମିଳନୀ କରି ବିଭିନ୍ନ ସମସ୍ୟା ଉପରେ ଜବାବ ରଖିବାକୁ ବିଜେଡି ସରକାରଙ୍କୁ ଆହ୍ୱାନ । ରାଜ୍ୟ ସରକାର ଏହି ୨୨ଟି ପ୍ରଶ୍ନର ଉତ୍ତର ଦେବାକୁ ବିଜେପି ଯୁବ ମୋର୍ଚ୍ଚା ଆହ୍ୱାନ କରିଛି । ଆସନ୍ତୁ ଦେଖିବା ସେ ୨୨ଟି ପ୍ରଶ୍ନ କ’ଣ?

୧. ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହଜାରେ କୋଟିର ଦୁର୍ନୀତିର ଜବାବ ରଖନ୍ତୁ ରାଜ୍ୟ ସରକାର ?
୨. ପାଇପ ଯୋଗେ ବିଶୁଦ୍ଧ ଜଳ ଯୋଗାଣ ଓ ଜାଗା ମିଶନ ଏକ ପ୍ରହସନ ନୁହେଁ କି ?
୩. ସୀମାବର୍ତ୍ତୀ ଅଞ୍ଚଳକୁ ସୁରକ୍ଷା ଦେଇ ପାରୁନାହାନ୍ତି ସରକାର ?
୪. ନଦୀ ସୁରକ୍ଷା ଓ ବନ୍ୟା ପରିଚାଳନାରେ ଅବ୍ୟବସ୍ଥା କାହିଁକି ?
୫. ଅପପୁଷ୍ଟି ଓ ଶିଶୁ ମୃତ୍ୟୁରେ ଓଡିଶା କାହିଁକି ଆଗରେ ?
୬. ଓଡିଶା ଦାରିଦ୍ର୍ୟ ସୀମା ରେଖା ତଳେ କାହିଁକି ?
୭. ରାଜ୍ୟ ସ୍ୱାସ୍ଥ୍ୟବସ୍ଥାରେ ଦୂରାବସ୍ଥା କାହିଁକି ?
୮. ମହିଳା ଓ ଶିଶୁ ସୁରକ୍ଷାରେ ପଛରେ କାହିଁକି ?
୯. ଆଇନ ଶୃଙ୍ଖଳା ଅବ୍ୟବସ୍ଥା ଏବଂ ନିଶା ଜନିତ ଅପରାଧ ବୃଦ୍ଧି ହେଉଛି କାହିଁକି ?
୧୦. ଚାଷୀ ସମସ୍ୟା ଓ କୃଷିରେ ଅବ୍ୟବସ୍ଥା କାହିଁକି ?
୧୧. ଭ୍ରଷ୍ଟାଚାର ଓ ପିସି କରବାରରେ ବଡ଼ବଡିଆଙ୍କୁ ଆଶୀର୍ବାଦ କାହିଁକି ?
୧୨. ଶକ୍ତି ବିଭାଗରେ ଚଞ୍ଚକତା କାହିଁକି ?
୧୩. ଶିକ୍ଷାର ବିକାଶରେ ଅବ୍ୟବସ୍ଥା କାହିଁକି ?
୧୪. ଡ଼ିଏମଏଫ ଫଣ୍ଡର ବିନା ଟେଣ୍ଡରରେ ବ୍ୟାପକ ଦୁରୁପଯୋଗ ?
୧୫. ଓବିସି ବର୍ଗଙ୍କୁ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ କେବେ ?
୧୬. ଓଡିଆ ଭାଷା ବିଶ୍ୱବିଦ୍ୟାଳୟ କେବେ ?
୧୭. ମନରେଗା ଯୋଜନାରେ ବ୍ୟପକ ଦୁର୍ନୀତି ?
୧୮. କୁଆଡେ ଗଲା ବିଜୁ ଯୁବ ବାହିନୀ, ପିଠା ଯୋଜନା ?
୧୯. ଆମ ଗାଁ, ଆମ ବିକାଶ ଯୋଜନା ସ୍ଥିତି ଏବେ କଣ ?
୨୦. ଓଡିଶାରେ କାହିଁକି ବେରୋଜଗାରୀ ସମସ୍ୟା ବିକଟ ହେଉଛି ?
୨୧. ବନ୍ୟପ୍ରାଣୀ ସୁରକ୍ଷା ଓ ବନ୍ୟପ୍ରାଣୀଙ୍କ ଅଙ୍ଗ ତସ୍କରୀ କେବେ ବନ୍ଦ ହେବ ?
୨୨. ଆଦିବାସୀଙ୍କୁ ଲଘୁ ବନଯାତ ଦ୍ରବ୍ୟର ଉଚିତ ମୂଲ୍ୟ କେବେ ମିଳିବ କେବେ ?

Leave A Reply

Your email address will not be published.