ରାଜଧାନୀରେ ବିଜେପିର ହାଲ୍ଲାବୋଲ

0

ଭୁବନେଶ୍ୱର(ଆମ ଟିଭି): ରାଜଧାନୀ ହୁଲୁସ୍ତୁଲୁ । ବିଜେପିର ହାଲ୍ଲାବୋଲ୍ । ରାଜ୍ୟରେ ବିପର୍ୟ୍ୟସ୍ତ ଆଇନଶୃଙ୍ଖଳା ଓ ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁର ତଦନ୍ତ ବାଟବଣା ପ୍ରତିବାଦ କରୁଥିଲା ବିଜେପି । ଏହି ସମୟରେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା ଏବଂ ଅନ୍ୟମାନଙ୍କୁ ପୁଲିସ ଟେକିନେଇଛି । ଦଳ ଅଭିଯୋଗ କରିଛି ଯେ, ଗତ କିଛି ବର୍ଷ ହେବ ରାଜ୍ୟରେ ସାଇବର ଅପରାଧ, ଶିଶୁ ଅପହରଣ, ଲୁଟ୍, ଦୁଷ୍କର୍ମ ଓ ହତ୍ୟା ପରି ଅପରାଧ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି ।

ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେପି । ଆଜିଠୁ ୧୬ ତାରିଖ ପର୍ୟ୍ୟନ୍ତ ପର୍ୟ୍ୟାୟକ୍ରମେ ରାଜବ୍ୟାପୀ ଆନ୍ଦୋଳନ କରିବ ଦଳ । ଆସନ୍ତାକାଲି ସମସ୍ତ ଜିଲ୍ଲା ସଦର ମହକୁମାରେ ବିକ୍ଷୋଭ ପ୍ରଦର୍ଶନ ସହ ଆଇନ ଅମାନ୍ୟ ଆନ୍ଦୋଳନ ଓ ହରତାଳ କରାଯିବ ।

Leave A Reply

Your email address will not be published.