ଆଜିଠାରୁ ବିଜେପିର ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର, ଯୋଗଦେଲେ ଓଡ଼ିଶା ପ୍ରଭାରୀ ସୁନିଲ ବଂଶଲ

0

ଭୁବନେଶ୍ୱର(ଆମ ଟିଭି): ରାଜ୍ୟ ସଂଗଠନକୁ ମଜବୁତ୍‌ କରିବା ପାଇଁ ଆଜିଠାରୁ ବିଜେପି ଆରମ୍ଭ କରିଛି ଦୁଇ ଦିନିଆ ପ୍ରଶିକ୍ଷଣ ଶିବିର। ରାଜ୍ୟ କାର୍ଯ୍ୟାଳୟରେ ଏହି ପ୍ରଶିକ୍ଷଣ ଶିବିରରେ ଓଡ଼ିଶା ପ୍ରଭାରୀ ସୁନିଲ ବଂଶଲ ଓ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ବି.ଏଲ୍‌ ସନ୍ତୋଷ ଯୋଗଦେଇଛନ୍ତି। ଏହି ପ୍ରଶିକ୍ଷଣ ବୈଠକରେ ସମସ୍ତ ରାଜ୍ୟ ପଦାଧିକାରୀ, ସାଂସଦ, ବିଧା‌ୟକ, ଜିଲ୍ଲାସ୍ତରୀୟ ପଦାଧିକାରୀମାନେ ଯୋଗଦେଇଛନ୍ତି। ଆଗକୁ ୨୦୨୪ ନିର୍ବାଚନ ଥିବାବେଳେ ଏହି ଗସ୍ତରେ ନିର୍ବାଚନୀ ରଣନୀତି ଉପରେ ଦଳୀୟ କର୍ମୀମାନଙ୍କ ସହ ବିଜେପିର ନବନିଯୁକ୍ତ ପ୍ରଭାରୀ ଆଲୋଚନା କରିବେ ବୋଲି ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଓଡ଼ିଶାରେ ବିଜେପି ନିଜକୁ ମଜବୁତ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏଥିପାଇଁ ଦଳ ରଣନୀତି ପ୍ରସ୍ତୁତ କରିଛି। ଗତ ଜୁଲାଇ ମାସ ୩୦ ତାରିଖ ଦିନ ବିଜେପି ବିରୋଧୀ ଦଳ ନେତା ଭାବେ ଜୟନାରାୟଣ ମିଶ୍ରଙ୍କ ନାଁ ଘୋଷଣା କରିଥିଲା। ଜୟନାରାୟଣ ମିଶ୍ର ବିଧିବଦ୍ଧ ଭାବେ ଦାୟିତ୍ୱ ନେଇଛନ୍ତି।

Leave A Reply

Your email address will not be published.