ବିଜେଡିର ୧୨୫ଆସନ ମିଶନ, କହିଲେ ସୁଶାନ୍ତ

0

ଭୁବନେଶ୍ୱର ।: ୨୦୨୪ରେ ବିଜେଡିର ମିଶନ ‘୧୨୫’ ରହିବ। ୧୪୭ ବିଧାନସଭା ଆସନରୁ ଦଳ ୧୨୫ ଆସନରେ ଜିତିବ। ଆଜି ଏପରି ମନ୍ତବ୍ୟ ଦେଇଛନ୍ତି ବିଜେଡିର ଭଟ୍‌ଲି ବିଧାୟକ ସୁଶାନ୍ତ ସିଂ।ସେ କହିଛନ୍ତି, ପଶ୍ଚିମ ଓଡ଼ିଶାର ୩୬ ଆସନରୁ ବିଜେଡି ୩୦ରୁ ଅଧିକ ଆସନରେ ଜିତିବ। ଗତ ନିର୍ବାଚନରେ ବିଜୁ ଜନ ଦଳର ଷ୍ଟ୍ରାଟେଜି ଟିକେ ଫେଲ୍ ମାରିଥିଲା। ଯାହାଫଳରେ ଆମେ ୧୧୪ ଆସନରେ ବିଜୟ ଲାଭ କରିଥିଲୁ। ସେଥିରୁ ୨୩ ସିଟ୍ ପଶ୍ଚିମ ଓଡ଼ିଶାରୁ ଜିତିଥିଲା। କିଛି ଆସନ ଆମ ହାତରୁ ଚାଲିଯାଇଥିଲା। ଏଥର ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ରଣନୀତି କରି ତୃଣମୂଳ ସ୍ତରରୁ ରିପୋର୍ଟ ଆଣି ଯାହାର ଅଧିକ ଲୋକପ୍ରିୟତା ଥିବ ତାକୁ ଟିକେଟ ଦେବେ।

ସୁଶାନ୍ତ ଆହୁରି କହିଛନ୍ତି, ୨୦୨୪ରେ ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯିବ। ଗତଥର ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡ଼ିଶାରୁ ଲଢ଼ିବାକୁ ଆମେ ଅନୁରୋଧ କରିଥିଲୁ। ଏଥର ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ପଶ୍ଚିମ ଓଡ଼ିଶାରରୁ ଲଢ଼ିବାକୁ ଅନୁରୋଧ କରିବୁ। ଗତଥର ମୁଖ୍ୟମନ୍ତ୍ରୀ ପଶ୍ଚିମ ଓଡ଼ିଶାରୁ ଲଢ଼ିବା ଯୋଗୁ ଆମକୁ ଭଲ ଫଳାଫଳ ମିଳିଥିଲା। ପଶ୍ଚିମ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ଠିଆ ହେଲେ ଆମର ଭୋଟ୍ ବଢ଼ିବ। ଗତ ନିର୍ବାଚନ ଅପେକ୍ଷା ବିଜୁ ଜନତା ଦଳ ଅଧିକ ଆସନରେ ଜିତିବ।

ମୁଖ୍ୟମନ୍ତ୍ରୀଙ୍କ ଲୋକପ୍ରିୟତା ଓ ବିଜୁ ଜନ ଦଳ ଷ୍ଟ୍ରାଟେଜି ଯୋଗୁ ପଦ୍ମପୁର ଉପ ନିର୍ବାଚନରେ ଏତେ ବଡ଼ ବ୍ୟବଧାନରେ ବିଜୟ ଲାଭ କଲୁ । ପଦ୍ମପୁରବାସୀଙ୍କୁ ଧନ୍ୟବାଦ ଦେବା ସହ କିଛି କାର୍ଯ୍ୟର ଶୁଭ ପକାଇବା ପାଇଁ ଜାନୁଆରୀ ମାସରେ ମୁଖ୍ୟମନ୍ତ୍ରୀ ପଦ୍ମପୁର ଯାଇପାରନ୍ତି। ଏନେଇ ଗତକାଲି ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ହୋଇଛି ବୋଲି ସୁଶାନ୍ତ କହିଛନ୍ତି।

Leave A Reply

Your email address will not be published.