ସର୍ବସାଧାରଣରେ ପୋଷ୍ଟର ଲଗାଇବା ପାଇଁ ଜିଓ ଫାଇବର ଉପରେ ଜରିମାନା ଲଗାଇଲା ବିଏମସି

0

ଭୁବନେଶ୍ୱର(ଆମ ଟିଭି) ଜିଓ ଫାଇବର ଉପରେ ଜରିମାନା ଲଗାଇଲା ବିଏମସି । ରାଜଧାନୀରେ ବେଆଇନ ଭାବେ ପୋଷ୍ଟର ମାରିଥିବା କମ୍ପାନୀ ଉପରେ ଜରିମାନା । ନୟାପଲ୍ଲୀର କିଛି କାନ୍ଥରେ ଜିଓ ଫାଇବର ପକ୍ଷରୁ ମରାଯାଇଥିବା ପୋଷ୍ଟର ପାଇଁ ୫୦ହଜାର ଟଙ୍କା ଜରିମାନା କରିଛି ବିଏମସି । ଏହାସହ ଜିଓ ଫାଇବର ନାଁରେ ମାମଲା ମଧ୍ୟ କରାଯାଇଛି ।

ଗତ କିଛି ଦିନ ହେଲା ରାଜଧାନୀର ବିଭିନ୍ନ ସ୍ଥାନରେ ଲଗା ଯାଇଥିବା ବେଆଇନ ପୋଷ୍ଟର ବ୍ୟାନରକୁ ନେଇ କାର୍ୟ୍ୟାନୁଷ୍ଠାନ ନେଉଛି ବିଏମସି । ହୋର୍ଡିଂ ମାରିଲେ ଭୁବନେଶ୍ୱରର ସୌନ୍ଦର୍ୟ୍ୟ ନଷ୍ଟ ହେଉଛି ବୋଲି ଦର୍ଶାଇ କିଛି ଦିନ ତଳେ ଏକ ଘରୋଇ ପାନ ମସଲା କମ୍ପାନୀକୁ ୫ ଲକ୍ଷ ଟଙ୍କା ଜୋରିମାନା କରାଯାଇଥିଲା । ଥାନାରେ ମାମଲା ବି ଦାୟର ହୋଇଥିଲା । ଏହାଛଡା କୋଚିଂ ସେଂଟର, ଜିମ୍ ଓ ଯାତ୍ରା ପାର୍ଟିଠାରୁ ବି ଫାଇନ ଆଦାୟ କରିଛି ବିଏମସି । ନୂଆ ବର୍ଷ ପାଇଁ ଲାଗିଥିବା ରାଜନେତାଙ୍କ ପୋଷ୍ଟର ଗୁଡ଼ିକୁ ବିଡିଏ ସ୍କ୍ୱାଡ ଆସି ହଟାଇ ନେଇଥିଲେ ।

Leave A Reply

Your email address will not be published.