BMC ଅଫିସରଙ୍କୁ ମାଡ଼ ଘଟଣା; ଗିରଫ ହେଲେ ଜଗନ୍ନାଥ ପ୍ରଧାନ

0

ଭୁବନେଶ୍ୱର (ଆମ ଟିଭି):  ବିଏମସି ଅତିରିକ୍ତ କମିଶନର ରତ୍ନାକର ସାହୁଙ୍କୁ ଆକ୍ରମଣ ଘଟଣାରେ କମିଶନରେଟ ପୁଲିସ ଅଭିଯୁକ୍ତ ବିଜେପି ନେତା ତଥା ପରାଜିତ ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କୁ ଗିରଫ କରିଛି। ଗୁରୁବାର ରାତିରେ ଜଗନ୍ନାଥ ଭୁବନେଶ୍ଵର ଡିସିପି ଅଫିସରେ ପହଞ୍ଚି ଆତ୍ମସମର୍ପଣ କରିବା ପରେ ପୁଲିସ ତାଙ୍କୁ ଗିରଫ କରିଥିଲା। ଗିରଫ ପରେ ଜଗାଙ୍କୁ ସ୍ଵାସ୍ଥ୍ୟ ପରୀକ୍ଷା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।

ଡିସିପି ଅଫିସରେ ପହଞ୍ଚିବା ପରେ ଜଗା କହିଥିଲେ ଯେ, ସେ ତଦନ୍ତରେ ସହଯୋଗ କରିବେ। ପୂର୍ବରୁ ଏହି ଘଟଣାରେ ୫ ଜଣ ଗିରଫ ହୋଇଥିଲେ। ସେମାନଙ୍କ ମଧ୍ୟରେ ବିଜେପି କର୍ପୋରେଟର ଜୀବନ ରାଉତ, ରଶ୍ମି ମହାପାତ୍ର ଏବଂ ଦେବାଶିଷ ପ୍ରଧାନ ପ୍ରମୁଖ ରହିଥିଲେ। ପୁଲିସ ଏହି ଘଟଣାରେ ମୋଟ ୬ ଜଣଙ୍କୁ ଗିରଫ କରିଛି।

 

Leave A Reply

Your email address will not be published.