ଉଠା ଦୋକାନୀଙ୍କୁ BMC ଝଟକା: ଏଣିକି ଆଉ ରାସ୍ତା କଡ଼ରେ ଦେଇ ପାରିବେନି ଦୋକାନ

0

ଭୁବନେଶ୍ବର (ଆମ ଟିଭି): ଉଠାଦୋକାନୀଙ୍କୁ ବିଏମ୍ସିର ଝଟକା। ଏଣିକି ଆଉ ଯେଉଁଠି ପାରେ ସେଇଠି ଦୋକାନ ଖୋଲିପାରିବେନି  ଉଠା ଦୋକାନୀ। ରାଜଧାନୀ ଭୁବନେଶ୍ବରରେ ଫୁଟ୍ ପାଥ, ଡ୍ରେନ୍ କଡରେ ଫୁଡଷ୍ଟଲ ମନା । ରାଜଧାନୀ ରାସ୍ତାକଡରେ ଠେଲା ଲଗାଇ ବିକ୍ରି ଉପରେ ବିଏମସି କଟକଣା ଜାରି କରିଛି । ଏନେଇ ନୂଆ ନିୟମ ଜାରି କରିଛି ବିଏମ୍ସି । ରାସ୍ତାକଡରୁ ନେଇ ଫୁଟପାଥ ଓ ଡ୍ରେନ୍ ଆଦି ଉପରେ ଖୋଲୁଥିବା ଖାଇବା ଦୋକାନ ଗୁଡିକ ଉପରେ ଏହି କଟକଣା ଲଗାଯାଇଛି । ରାଜଧାନୀବାସୀଙ୍କୁ ଯାତାୟତରେ ସୁବିଧା, ପରିଷ୍କାର ଖାଦ୍ୟ ଆଦି ଦେବା ରହିଛି ଉଦ୍ଦେଶ୍ୟ । ବିଏମସି ପକ୍ଷରୁ କୁହାଯାଇଛି, ଗ୍ରାହକମାନେ ରାସ୍ତାକଡରେ ଗାଡି ରଖି ଦୂଷିତ ସ୍ଥାନରେ ଖାଦ୍ୟ ଖାଉଛନ୍ତି ।

ଏପରିକି ରାସ୍ତାକଡରେ ଭିଡ଼ ଯୋଗୁ ଟ୍ରାଫିକ ସମସ୍ୟା ମଧ୍ୟ ଉପୁଜୁଛି । ଏହି ସମସ୍ତ ସମସ୍ୟା ଦୂର କରିବା ସହିତ ବିଏମ୍ସି ପକ୍ଷରୁ ଏହି ନୂଆ ଗାଇଡଲାଇନ ଜାରି କରାଯାଇଛି । ଏଥିସହ ଗାଇଡଲାଇନକୁ କଡାକଡି ଭାବେ ପାଳନ କରିବାକୁ ବିଏମସି ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Leave A Reply

Your email address will not be published.