“ପ୍ରତୀକ୍ଷା”ର ହିନ୍ଦୀ ରିମେକ ପାଇଁ ଘୋଷଣା କଲେ ବଲିଉଡ ଅଭିନେତା ଅନୁପମ ଖେର
ଭୁବନେଶ୍ୱର(ଆମ ଟିଭି): ୫୩ ତମ ଇଣ୍ଟରନେସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ ଗୋଆ ଠାରେ ଓଡ଼ିଆ ଚଳଚ୍ଚିତ୍ର “ପ୍ରତୀକ୍ଷା” ର ପ୍ରଦର୍ଶନ ପରେ ଭାବବିହ୍ୱଳ ହୋଇ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଅନୁପମ ଖେର ଫିଲ୍ମ ପ୍ରତୀକ୍ଷା ର ହିନ୍ଦୀ ରିମେକ କରିବା ସହ ବାପା ଭୂମିକା ରେ ନିଜେ ଅଭିନୟ କରିବେ ବୋଲି ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ ଙ୍କୁ ନିଶ୍ଚିତ କରିବା ସହିତ ୧୧ ଶହ ଟଙ୍କା ଅଗ୍ରୀମ ପ୍ରଦାନ କରିଛନ୍ତି । ଓଡ଼ିଆ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ସହିତ ଆଉ ଏକ ନୂଆ ଇତିହାସ ର ଫର୍ଦ୍ଦ ଯୋଡି ହେବା ଖବର ନିଶ୍ଚିତ ଭାବେ ଆନନ୍ଦ ଆଣିଦେଇଛି ।