ରାଣୀ ପଣ୍ଡାଙ୍କ “ନାଟ୍ୟମଣ୍ଡପ” ଯାତ୍ରା ଉଦଘାଟନୀ ଉତ୍ସବରେ ବଲିଉଡର କ୍ଲାସିକ୍ ହିରୋ “ରାହୁଲ ରୟ”
ଭୁବନେଶ୍ୱର (ଆମ ଟିଭି): ନବେ ଦଶକରେ ବଲିଉଡ ସିନେ ଇଣ୍ଡଷ୍ଟ୍ରିରେ ଚହଳ ସୃଷ୍ଟି କରିଥିବା “ଆଶିକ୍” ଚଳଚ୍ଚିତ୍ରର ନାୟକ “ରାହୁଲ ରୟ” ଙ୍କର ପାଦ ପଡିଛି ଓଡିଶା ମାଟିରେ l ଚଳଚ୍ଚିତ୍ର “ଆଶିକ୍” ଏକ ଲୋକପ୍ରିୟ ହିନ୍ଦୀ ସିନେମା ଯାହା ଏକ ସଙ୍ଗୀତମୟ ରୋମାଣ୍ଟିକ ଡ୍ରାମା ଥିଲା l ଚଳଚ୍ଚିତ୍ରକୁ ନିର୍ଦ୍ଦେଶନା ଦେଇଥିଲେ ମହେଶ ଭଟ୍ଟ ଏବଂ ରାହୁଲ ରୟ ଓ ଅନୁ ଅଗ୍ରୱାଲ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଚଳଚ୍ଚିତ୍ରର ସଙ୍ଗୀତ ନଦୀମ-ଶ୍ରବଣ ଦେଇଥିଲେ ଏବଂ କଣ୍ଠଦାନ କରିଥିଲେ କୁମାର ସାନୁ l ଗୀତ ପାଇଁ ବହୁତ ପ୍ରସିଦ୍ଧି ଲାଭ କରିଥିଲା “ଆଶିକ୍” l

ବକ୍ସ ଅଫିସରେ ଏକ ବଡ଼ ହିଟ୍ ହୋଇଥିଲା ଏବଂ ଏହାକୁ ଏକ କ୍ଲାସିକ୍ ଫିଲ୍ମ ଭାବରେ ବିବେଚନା କରାଯାଇଥିଲା। ତେବେ ସେଇ କ୍ଲାସିକ୍ ଫିଲ୍ମ ର ହିରୋ “ରାହୁଲ ରୟ” ଆଜି ଓଡ଼ିଶାରେ ପହଞ୍ଚିଛନ୍ତି ଏକ ଯାତ୍ରା ମଞ୍ଚ ଉଦଘାଟନୀ ଉତ୍ସବରେ l ଯାତ୍ରା ଦୁନିଆରେ ଚହଳ ପକାଇଥିବା ରାଣୀ ପଣ୍ଡା ଙ୍କ ପ୍ରଯୋଜିତ ନାଟ୍ୟମଣ୍ଡପ ର ଶୁଭ ଉଦଘାଟନ କରିବେ ସେଇ କ୍ଲାସିକ୍ ହିରୋ “ରାହୁଲ ରୟ” l ପୂର୍ବରୁ ବଲିଉଡର ହାସ୍ୟ ଅଭିନେତା ତଥା ଦୁର୍ଦ୍ଦାନ୍ତ ଖଳନାୟକ ଭୂମିକାରେ ଅଭିନୟ କରୁଥିବା ଅଭିନେତା ଶକ୍ତି କପୁର ଓଡ଼ିଆ ଯାତ୍ରାରେ ଅଭିନୟ କାରିଥିଲେ l ଏବେ ରାହୁଲ ଆସୁଛନ୍ତି ଉଦଘାଟନ କରିବାକୁ l ତେବେ ଆମେ କହିପାରିବା ଆମ ଜଲିଉଡ୍ ଯାତ୍ରା ମଞ୍ଚ ଏବେ ବହୁ ଉର୍ଦ୍ଧ୍ୱ ରେ ଏବଂ ଆଗାମୀ ଦିନରେ ମୁମ୍ବାଇ ଇଣ୍ଡଷ୍ଟ୍ରି ରେ ମଧ୍ୟ ନିଶ୍ଚୟ ଚର୍ଚ୍ଚା ର ବିଷୟ ହେବ ଓଡିଶା ଯାତ୍ରା ଇଣ୍ଡଷ୍ଟ୍ରି l