ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ, ଦୀର୍ଘଦିନରୁ ସ୍ବାସ୍ଥ୍ୟାବସ୍ଥା ଥିଲା ଗୁରୁତର
ନୂଆଦିଲ୍ଲୀ(ଆମ ଟିଭି): ଆରପାରିରେ ବଲିଉଡ୍ ଅଭିନେତା ଧର୍ମେନ୍ଦ୍ର । ମୁମ୍ବାଇର ଏକ ଘରୋଇ ହସ୍ପିଟାରେ ଆଖିବୁଜିଛନ୍ତି ଧର୍ମେନ୍ଦ୍ର । ୮୯ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ବଲିଉଡର ହି-ମ୍ୟାନ୍ ଭାବରେ ଜଣାଶୁଣା ଧର୍ମେନ୍ଦ୍ରଙ୍କର ୮୯ ବର୍ଷ ବୟସରେ ପରଲୋକ ହୋଇଯାଇଛି । ଅଭିନେତାଙ୍କ ଦଳ ତାଙ୍କ ମୃତ୍ୟୁ ଖବରକୁ ନିଶ୍ଚିତ କରିଛନ୍ତି । ଏହି ଖବର ପୂରା ସିନେ ଜଗତରେ ଶୋକର ଛାୟା ଖେଳାଇଦେଇଛି । ଶ୍ୱାସକ୍ରିୟାରେ ଅସୁବିଧା ହେତୁ ତାଙ୍କୁ ସୋମବାର ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଧର୍ମେନ୍ଦ୍ରଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଖବର ପ୍ରଚାରିତ ହେବା ମାତ୍ରେ , ପୂରା ବଲିଉଡ୍ରେ ନୀରବତା ଖେଳିଗଲା । ସେଲିବ୍ରିଟିମାନେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗଭୀର ଚିନ୍ତିତ ହୋଇପଡ଼ିଥିଲେ । ବଲିଉଡ ସୁପରଷ୍ଟାର ଶାହରୁଖ ଖାନ, ସଲମାନ ଖାନ ଏବଂ ଅଭିନେତା ଗୋବିନ୍ଦା ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରିବା ପାଇଁ ହସ୍ପିଟାଲକୁ ଯାଇଥିଲେ । ଧର୍ମେନ୍ଦ୍ରଙ୍କୁ ଭର୍ତ୍ତି କରାଯିବା ପରଠାରୁ ସମଗ୍ର ଦେଓଲ ପରିବାର ହସ୍ପିଟାଲରେ ଉପସ୍ଥିତ ଥିଲେ ।
୩୦୦ରୁ ଅଧିକ ଫିଲ୍ମରେ କାମ କରିଛନ୍ତି
ଧର୍ମେନ୍ଦ୍ର ହିନ୍ଦୀ ସିନେମାର ସବୁଠାରୁ ସମ୍ମାନିତ ଏବଂ ଲୋକପ୍ରିୟ ତାରକାମାନଙ୍କ ମଧ୍ୟରୁ ଜଣେ ଥିଲେ । ସାତ ଦଶନ୍ଧିରୁ ଅଧିକ ସମୟ ଧରି ତାଙ୍କର କ୍ୟାରିୟରରେ, ସେ ୩୦୦ରୁ ଅଧିକ ଫିଲ୍ମରେ ଅଭିନୟ କରିଥିଲେ, ଯେଉଁଥିରେ “ଶୋଲେ”, “ଚୁପକେ ଚୁପକେ”, “ସୀତା ଔର ଗୀତା” ଏବଂ “ଧରମ ବୀର” ଭଳି ସୁପରହିଟ୍ ଫିଲ୍ମ ଅନ୍ତର୍ଭୁକ୍ତ । ତାଙ୍କ ସଂଳାପଗୁଡ଼ିକ ଏବେ ବି ବହୁଳ ଭାବରେ ପ୍ରଚଳିତ, ଯେଉଁଥିରେ “ଶୋଲେରେ ବାସନ୍ତୀ ଇନ୍ କୁତୋ କେ ଆଗେ ମତ ନାଚନା” ଏକ ପ୍ରମୁଖ ହିଟ୍ ଫିଲ୍ମ ଥିଲା ।