ଭୁବନେଶ୍ୱର (ଆମ ଟିଭି): ଓଡ଼ିଶାର କ୍ରିକେଟରମାନେ ଭାରତ ପାଇଁ କାହିଁକି ପ୍ରତିନିଧିତ୍ୱ କରୁନାହାନ୍ତି? ଓଡ଼ିଶା ଭଳି ରାଜ୍ୟରେ ଚରମ ଦାରିଦ୍ର୍ୟର କାରଣ କ’ଣ? ଏକକାଳୀନ ସଂସଦୀୟ ଓ ବିଧାନସଭା ନିର୍ବାଚନ ରାଜ୍ୟ ପାଇଁ ଶୁଭଙ୍କର କି? ଏକ ଅନିଶ୍ଚିତ ବଜାରରେ କିପରି ନିବେଶ କରିବା ଉଚିତ? ଚୀନର ଆଞ୍ଚଳିକ ଆଧିପତ୍ୟକୁ ଭାରତ କିପରି ମୁକାବିଲା କରିବ?
ଏହି ବିବାଦୀୟ ପ୍ରଶ୍ନଗୁଡ଼ିକ ହେଉଛି ଅନେକ ରାଜନୈତିକ, ସାମାଜିକ ଓ ଆର୍ଥିକ ପ୍ରସଙ୍ଗ ମଧ୍ୟରୁ କେତୋଟି ପ୍ରସଙ୍ଗ, ଯାହାକୁ ଯୁବ ଲେଖକ, ସ୍ତମ୍ଭକାର, ଉଦ୍ୟୋଗୀ ଓ ପୁଞ୍ଜିନିବେଶ ବ୍ୟାଙ୍କର ସୌରଜିତ ପ୍ରଧାନୀ ତାଙ୍କର ପ୍ରଥମ ପୁସ୍ତକ ‘ଆନ୍ ଇଣ୍ଟ୍ରୋସ୍ପେକ୍ଟିଭ୍ ମାଇଣ୍ଡ୍’ରେ ବିଶ୍ଳେଷଣ କରିଛନ୍ତି। ଅନନ୍ୟ ଶୈଳୀ ଏବଂ ବିଶିଷ୍ଟ ବୁଦ୍ଧିରେ ଲିଖିତ ଏହି ପୁସ୍ତକଟି ଡେକାନ୍ ହେରାଲ୍ଡ, ଦି ପାଇଓନିୟର, ଓଡ଼ିଶା ପୋଷ୍ଟ ଏବଂ ଦି ପଲିଟିକାଲ ଆଣ୍ଡ ବିଜିନେସ୍ ଡେଲି ଭଳି ବିଭିନ୍ନ ଖବରକାଗଜରେ ପ୍ରକାଶିତ କେତେକ ପ୍ରବନ୍ଧକୁ ଏକାଠି କରିଛି।
ଏହି ପୁସ୍ତକଟି ସୌରଜିତଙ୍କ ନିଖୁଣ ଲେଖାର ପ୍ରତିଫଳନ ଏବଂ ଓଡ଼ିଶା ରାଜ୍ୟ ଉପରେ ଏକ ଚିନ୍ତା ଉଦ୍ରେକକାରୀ ମନ୍ତବ୍ୟ। ରାଜନୀତି, ଅର୍ଥ ବ୍ୟବସ୍ଥା ଆଦି ବିଭିନ୍ନ କ୍ଷେତ୍ରରେ ସୌରଜିତଙ୍କ ଆଧିପତ୍ୟକୁ ମଧ୍ୟ ଏହା ପ୍ରତିଫଳିତ କରୁଛି। ଆପଣଙ୍କ ଦାର୍ଶନିକ ବିଚାରଧାରା ନିର୍ବିଶେଷରେ ଏହି ପୁସ୍ତକ ଆପଣଙ୍କ ମାନସିକତାକୁ ବ୍ୟାପକ କରିବ। ଏହି ପୁସ୍ତକର ଫରବାର୍ଡ ପୂର୍ବତନ ଭାରତୀୟ କ୍ରିକେଟର ଜଭାଗଲ ଶ୍ରୀନାଥ ଲେଖିଛନ୍ତି। ଏହି ପୁସ୍ତକ ଆମାଜନ ପ୍ଲାଟଫର୍ମରେ ଉପଲବ୍ଧ ଅଛି।